Latest Odisha News

BREAKING NEWS

Yearly Archives

2018

ଦାମଙ୍କ ବୟାନ ଉପରେ ବିଜେପି ଦେଇଥିବା ବିବୃତି ସମ୍ପୂର୍ଣ୍ଣ ଅମୂଳକ: ବିଜେଡ଼ି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ପ୍ରବକ୍ତା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ଦେଇଥିବା ବୟାନ ଉପରେ ସାମ୍ବାଦିକ ସମ୍ମିଳନୀ କରି ଯେଉଁ ବିବୃତି ଦେଇଛନ୍ତି, ତାହା ସଂପୂର୍ଣ୍ଣ ଅମୂଳକ ବୋଲି ଆଜି ସାଂସଦ ତଥା ବିଜୁ ଜନତା ଦଳ ମୁଖପାତ୍ର  ପ୍ରତାପ କେଶରୀ ଦେବ କହିଛନ୍ତି । ଶ୍ରୀ ଦେବ…

ଓଡ଼ିଶାରେ କୋଟିଏ ଟଙ୍କାରୁ ଅଧିକ ଦୁର୍ନୀତିର ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ଚାରା ରୋପଣ ଦୁର୍ନୀତି, ସମବାୟ ବ୍ୟାଙ୍କ ଋଣ ଦୁର୍ନୀତି ଓ ଓମଫେଡ଼ ପଲିଥିନ ବଣ୍ଟନ ରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରି ଭାରତୀୟ ଜନତା ପାର୍ଟି ଶୁକ୍ରବାର ଦିନ ଏହାର ସିବିଆଇ ତଦନ୍ତ କରିବାକୁ ଦାବି କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି…

ଗଞ୍ଜାମ: ଡିଜେଲ ପିଇ ୫ବର୍ଷ ବାଳକର ମୃତ୍ୟୁ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଶେରଗଡ ଥାନା ଅନ୍ତର୍ଗତ ରାମକୃଷ୍ଣପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଏକ ୫ ବର୍ଷିୟ କୋମଳ ମତି ଶିଶୁଟି ନିଜ ଅଜାଙ୍କ ଘରକୁ ବୁଲିବାକୁ ଯାଇଥିବା ସମୟରେ ତାର ମୃତ୍ୟୁ ଘଟିଛି । ପିଲାଟି ନିଜ ଅଜା ଘରକୁ ବୁଲିବାକୁ…

‘ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ’ ଦ୍ୱାରା ସମ୍ମାନିତ ହେଲେ ‘କିଟ୍’ ଓ ଦୂତି ଚାନ୍ଦ

ଭୁବନେଶ୍ୱର: ଦୌଡ଼ରାଣୀ ଦୂତି ଚାନ୍ଦ ଓ କିଟ୍ କୁ ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ସମ୍ମାନିତ କରିଛି । ଦେଶର କ୍ରୀଡ଼ା ବିକାଶରେ କିଟ ଓ କିସ ଯେଉଁ ନିରବଚ୍ଛିନ୍ନ ସହଯୋଗ ପ୍ରଦାନ କରୁଛି । ଏହି କ୍ରୀଡ଼ା ପ୍ରୋତ୍ସାହନ ପାଇଁ କିଟ ଓ କିସ ତଥା ନିକଟରେ ଦେଶ ପାଇଁ ୨ଟି ଏସିଆଡ ରୌପ୍ୟ ପଦକ ଜିତି…

ଓଡ଼ିଶା ପୋଲିସରେ ଖାଲି ପଦବୀ ପୂରଣ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କଲେ ଦିଲିପ ରାୟ

ଭୁବନେଶ୍ୱର: ବିଧାୟକ ଦିଲିପ ରାୟଙ୍କ ଓଡ଼ିଶା ପୋଲିସ ବାହିନୀରେ ଖାଲି ପଡ଼ିଥିବା ସମ୍ପର୍କୀୟ ଏକ ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ ଲିଖିତ ଆକାରରେ ଜଣାଇଛନ୍ତି । କନେଷ୍ଟବଳ ଠାରୁ ଡିଜି ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ପ୍ରାୟ ୧୧ହଜାର ପଦବୀ ଖାଲିପଡ଼ିଛି । ଏହାଛଡ଼ା ଆଉ କେତେ ପଦବୀ ଖାଲି ଅଛି ସେ…

‘ଅଲିଭିଆ ହୋକ୍ସ’ ପ୍ରତି ସତର୍କ ରୁହନ୍ତୁ: ଓଡିଶା ପୋଲିସ

ଭୁବନେଶ୍ୱର : ‘ଅଲିଭିଆ ହୋକ୍ସ’ ନାମରେ ଆସୁଥିବା ମେସେଜ ପ୍ରତି ସଜାଗ ରହିବା ନେଇ ଓଡିଶା ପୋଲିସ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି । ଏଥିସହିତ ସୋସିଆଲ ମିଡିଆରେ ପିଲାମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ମଧ୍ୟ ଅଭିଭାବକ ମାନଙ୍କୁ ପରାମର୍ଶ ଦିଆଯାଇଛି । ସୂଚନା ଅନୁଯାୟୀ…

କାଶ୍ମୀର ଘାଟିରେ ସୁଟିଂ କଲେ ଅନୁଭବ, ପୂଜାରେ ଆସୁଛି ‘ପ୍ରେମକୁମାର’

ଭୁବନେଶ୍ୱର: ଓଲିଉଡ୍ ସୁପରଷ୍ଟାର୍ ଅନୁଭବ ମହାନ୍ତି ଏବେ ଏବେ କାଶ୍ମୀର ଘାଟିରେ ତାଙ୍କର ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମକୁମାର’ର ସୁଟିଂ ସାରି ଫେରିଛନ୍ତି । ଏବେ ଅନୁଭବ ଦିଲ୍ଲୀର କିଛି ସ୍ଥାନରେ ଏହି ସିନେମାର ଅବଶିଷ୍ଟ ସୁଟିଂରେ ବେଶ୍ ବ୍ୟସ୍ତ ରହିଛନ୍ତି । ବିଶିଷ୍ଟ ଓଲିଉଡ଼ ନିର୍ଦ୍ଦେଶକ…

ରାଜଧାନୀରେ ମହିଳା ଡ଼ାକ୍ତରଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର

ଭୁବନେଶ୍ୱର : ଭୁବନେଶ୍ୱର ପଟିଆସ୍ଥିତ ଶ୍ରୀବିହାର ଅଞ୍ଚଳର ଏକ ଭଡା ଘରୁ ଜଣେ ଡାକ୍ତରାଣୀଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତକ ଜଣଙ୍କ ମନସ୍ୱିନୀ ବାରିକ ହୋଇଥିବାବେଳେ ସେ ଚନ୍ଦ୍ରଶେଖରପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଥିଲେ ବୋଲ ଜଣାପଡିଛି । ତେବେ ଉକ୍ତ…

ନବରଙ୍ଗପୁର: ବିଦେଶାଗତ ପକ୍ଷୀଙ୍କ କଳରବରେ ଉତଫୁଲ୍ଲିତ ବଂଶଧାରା କୂଳ ଗ୍ରାମବାସୀ

ନବରଙ୍ଗପୁର: ହଜାର ହଜାର ସଂଖ୍ୟାର ବିଦେଶାଗତ ପକ୍ଷୀଙ୍କ କଳରବ ଏବେ ବଂଶଧାରା ନଦୀକୂଳରେ ଏକ ଅପୂର୍ବ ବାତାବରଣ ସୃଷ୍ଟି କରିଛି । ବିଭିନ୍ନ ପ୍ରଜାତିର ପକ୍ଷୀ ଏବେ ବଂଶଧାରା କୂଳର ଗାଁ’କୁ ଆସିଛନ୍ତି ଅତିଥି ହୋଇ । ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଗୁଣପୁର ବ୍ଲକର ଭାଲେରୀ ଗାଁ ଏବେ ପାଲଟିଛି…

ମାଲକାନଗିରି: ପୋଲିସ-ମାଓବାଦୀଙ୍କ ମଧ୍ୟରେ ଚାଲିଛି ପ୍ରବଳ ଗୁଳି ବିନିମୟ

ମାଲକାନଗିରି: ଓଡ଼ିଶାର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକରେ ଥିବା ପାହାଡ଼ିଆ ତୁଳସୀ ଘଞ୍ଚ ଜଙ୍ଗଲ ମଧ୍ୟରେ ଗତରାତିରୁ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଚାଲିଛି । ମିଳିଥିବା ତଥ୍ୟ ଅନୁଯାୟୀ, ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡ଼ିଆ ଘଞ୍ଚ ଜଙ୍ଗଲରେ…