ରଥେ ତ୍ୱଂ ବାମନଂ ଦୃଷ୍ଟା ପୁନର୍ଜନ୍ମଂ ନ ବିଦ୍ୟତେ: ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ
ମହାପ୍ରଭୁ ଶ୍ରୀଜଗନ୍ନାଥ ହେଲେ ଜଗତର ନାଥ, ସେ ଭକ୍ତ ବତ୍ସଳ, ସେ ଭାବଗ୍ରାହୀ, ସେ ଅନ୍ତର୍ଯ୍ୟାମୀ । ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ରଥାରୂଢ ହୋଇ ତାଙ୍କର ଅଗଣିତ ପ୍ରିୟ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ରତ୍ନସିଂହାସନରୁ ଓହ୍ଲାଇ ବାଇସିପାହାଚରେ ମନୁଆ ହୋଇ ଚାଲି ଚାଲି ଆସନ୍ତି । ଧାଡ଼ିପହଣ୍ଡିରେ…