Latest Odisha News

BREAKING NEWS

ଥାଇଲାଣ୍ଡ ଗୁମ୍ଫାରେ ଫୁଟବଲ ଖେଳାଳି ଫସିବା ପ୍ରସଙ୍ଗ: ବାଲୁକାକଳାରେ ଉଦ୍ଧାରକାରୀ ସମନ କୁନାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଥାଇଲାଣ୍ଡ ବୁଡ଼ାଳୀ ତଥା ଗୁମ୍ପାରେ ଫସିଥିବା ଫୁଟବଲ ଖେଳାଳିଙ୍କ ଉଦ୍ଧାରକାରୀ ସମନ କୁନାନଙ୍କୁ ତାଙ୍କର ବାଲୁକା କଳା ମଧ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଥାଇଲାଣ୍ଡର ଏକ ଜୁନିୟର ଫୁଟବଲ ଦଳ ଗୁମ୍ଫା ମଧ୍ୟରେ ଫସିଯାଇଥିଲେ । ଗୁମ୍ଫାରୁ ଜଣକ ପରେ ଜଣଙ୍କୁ ଗୁମ୍ଫାତଳ ପାଣିରୁ ବୁଡ଼ାଳୀ ମାନଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏକାଧିକ ଫୁଟବଲ ଖେଳାଳିଙ୍କୁ ପାଣି ଓ ଗୁମ୍ଫା ମଧ୍ୟରୁ ଉଦ୍ଧାର କରିଥିବା ବୁଡ଼ାଳୀ ସମନ କୁନାନ ବାଷ୍ପରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି । ଏହି ଘଟଣାରେ ସମଗ୍ରର ବିଶ୍ୱବାସୀ ଶୋକପ୍ରକାଶ କରିଛନ୍ତି ।

ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ଦୁଃଖଦ ଘଟଣାରେ କୁନାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ତାଙ୍କର ଏକ ଶୋକପୂର୍ଣ୍ଣ ବାଲୁକା କଳାରେ ।

Leave A Reply

Your email address will not be published.