Latest Odisha News

BREAKING NEWS

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ

ସୋରୋ/ବାଲେଶ୍ୱର : ଘରେ ଶୋଇଥିବା ବେଳେ ନାବାଳିକାକୁ ଘରୁ ଟେକିନେଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରି ଗିରଫ ହୋଇଛି ଜଣେ ବ୍ୟକ୍ତି । ଏହି ଘଟଣା ବାଲେଶ୍ୱର ଜିଲ୍ଲା ସୋରୋ ଅଞ୍ଚଳର ହାଟସାହି ଗ୍ରାମରେ ଘଟିଛି ।

ମିଳିଥିବା ସୂଚନାନୁଯାୟୀ, ଜଣେ ନାବାଳିକା ତା’ର ବୃଦ୍ଧା ଜେଜେମା ପାଖରେ ଶୋଇଥିବା ବେଳେ ତାଙ୍କର ନିକଟ ସମ୍ପର୍କୀୟ ତାକୁ ଟେକିନେଇ ନିକଟସ୍ଥ ଏକ ପରିତ୍ୟକ୍ତ ସ୍ଥାନରେ ଦୁଷ୍କର୍ମ ଉଦ୍ୟମ କରିଥିଲା ।

ନାବାଳିକାଟିର ଚିକ୍ରାର ଶୁଣି ତା’ର ବାପା ଘଟଣାସ୍ଥଳକୁ ଆସିଥିଲେ । ଅଭିଯୁକ୍ତ ନାବାଳିକାକୁ ଅଦଦାଚରଣ କରିବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲେ ।

ନାବାଳିକାର ବାପା ଝିଅଟିକୁ ଉଦ୍ଧାର କରିବା ସହିତ ଥାନାରେ ଏତଲା ଦେଇଥିଲେ । ପୋଲିସ ଅଭିଯୋଗ ଅନୁସାରେ ଅଭିଯୁକ୍ତ ସୁବାସ ଦାସକୁ ଗିରଫ କରି ଥାନାରେ ପଚରାଉଚରା କରୁଛି ।

Leave A Reply

Your email address will not be published.