Latest Odisha News

BREAKING NEWS

Yearly Archives

2019

+୩ ନାମଲେଖା ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର : ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଯୁକ୍ତ ୩ରେ ନାମଲେଖା ଲାଗି ଗୁରୁବାର ଦିନ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀମାନେ ଆଡମିସନ୍ ଲାଗି ଜୁନ୍ ୨୪ରୁ ଜୁଲାଇ ୮ ମଧ୍ୟରେ ଅନଲାଇନ୍ ଆବେଦନ କରିପାରିବେ । ପ୍ରଥମ ମେରିଟ…

ଆସନ୍ତାକାଲି ଖୋଲିବ ଓଡିଶାର ସମସ୍ତ ସ୍କୁଲ୍, ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟର ସମସ୍ତ ବିଦ୍ୟାଳୟ ଗୁଡିକ ଜୁନ୍ ୨୬ ପରିବର୍ତ୍ତେ ଆସନ୍ତାକାଲି ତଥା ଶୁକ୍ରବାର ଦିନ ଖୋଲିବ ବୋଲି ଜଣାପଡିଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଜଳବାୟୁରେ ପରିବର୍ତ୍ତନ ତଥା…

କବିତା କେଉଁଠି ଅଛି

କବିତା କେଉଁଠି ଅଛି ସଂଘମିତ୍ରା ମିଶ୍ର ମୁଁ ଜାଣିଛି ଅକ୍ଷରର କାରୁକାର୍ଯ୍ୟ କବିତା ନୁହେଁ ତା’ ଭିତରେ ଜୀବନୀଶକ୍ତି ହିଁ କବିତା ଧାଡ଼ିଗଣି ପୃଷ୍ଠା ଓଲଟାଇ କବିତା ଲେଖାଯାଏ ନାହିଁ କବିତାରେ ଝରିଯାଏ ସାରା ସଂସାର ପାଇଁକି ଅସୁମାରି ନିରୁତା ମମତା । କବିତା ଯଦି ଶିଖିଛି ନିଜକୁ…

ଆଜିଠୁ ଏମବିବିଏସ୍ ଓ ବିଡିଏସ୍ ଲାଗି ଅନଲାଇନ୍ ପଞ୍ଜୀକରଣ

ଭୁବନେଶ୍ୱର : ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଗୁରୁବାର ଦିନ ଠାରୁ ଉଭୟ ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମ ଲାଗି ଅନଲାଇନ୍ ପଞ୍ଜୀକରଣ କରିପାରିବେ । ଏହି ଅନଲାଇନ୍ ପଞ୍ଜୀକରଣ ଆଜି ଦିନ ୧୨ଟାରୁ ଆରମ୍ଭ ହୋଇ ଜୁନ୍ ୨୫ ତାରିଖ ଯାଏଁ ଚାଲିବ ବୋଲି ସୂଚନା ମିଳିଛି ।…

ଦୁଇ ଭାଗ

ଦୁଇ ଭାଗ ସୁଷମା ମିଶ୍ର ମୁଁ ହୋଇଗଲି ଦୁଇ ଭାଗ ଗୋଟିଏ ଗଛର ଏପାଖ ସେପାଖ ପରି, ଯେଉଁଦିନୁ ମୋ ଦେହଗଛର ଦୁଇଟି ଡାଳରେ ବସି ଦୁଇଟି ଚଢେଇ ଦୁଇ ବିପରୀତ ଦିଗକୁ ମୁହଁ କରି ପରସ୍ପରକୁ ଡାକ ଦିଅନ୍ତି ଅସ୍ଥିର ହୋଇ । ହଁ, ମୋ ଭିତରେ ଥିବା ନାରୀଟି ଏବେ ଜଣେ ନୁହଁ ଦୁଇଟି ଅସ୍ତିତ୍ୱ ।…

ଗାଁରେ ପହଞ୍ଚିଲା ଓଡିଆ ଯବାନ ଅଜିତଙ୍କ ମରଶରୀର, ସହିଦଙ୍କୁ ଝୁରୁଛି ଜନ୍ମମାଟି

ଭୁବନେଶ୍ୱର : ଜମ୍ମୁ-କାଶ୍ମୀରରେ ଘଟିଥିବା ବର୍ବରୋଚିତ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡିଆ ଯବାନଙ୍କ ମରଶରୀର ଗୁରୁବାର ଦିନ ତାଙ୍କ ପୈତୃକ ଗ୍ରାମ ଢେଙ୍କାନାଳରେ ପହଞ୍ଚିଛି । ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଅଜିତ ସାହୁଙ୍କ ପାର୍ଥୀବ ଶରୀର ଭୁବନେଶ୍ୱର…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୧ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରୁବାର ଦିନ ଆକଳନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଦିନ ୧୨ଟା ୩୦ମି. ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ଏହି ସବୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶିଫଳ ତା ୨୦-୦୬-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୨୦ ରିଖ ଗୁରୁବାର ମିଥୁନ ୦୬ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର…

‘ମିସ୍ ଇଣ୍ଡିଆ’ ଉଷଶୀ ବିଚ୍ ରାସ୍ତାରେ ଅସଦାଚରଣର ଶୀକାର, ୭ ଗିରଫ

କୋଲକାତା: ପୂର୍ବତନ ‘ମିସ୍ ଇଣ୍ଡିଆ’ ଉଷଶୀ ସେନଗୁପ୍ତା ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ କିଛି ଅସାମାଜିକ ଯୁବକଙ୍କ ଦ୍ୱାରା ବିଚ୍ ରାସ୍ତା ଉପରେ ଅସଦାଚରଣର ଶୀକାର ହୋଇଛନ୍ତି । ଏହି ଘଟଣାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣା ଏବେ କୋଲକାତା ସମେତ ସମଗ୍ର ପଶ୍ଚିମବଙ୍ଗରେ…

‘ନୋ ଫ୍ଲାଇଂ ଜୋନ୍’ ଘୋଷିତ ହେବ ପୁରୀ ବଡ଼ଦାଣ୍ଡ…

ଭୁବନେଶ୍ୱର: ଆସନ୍ତା ଜୁଲାଇ ୪ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ରଥଯାତ୍ରାରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ କରିବାକୁ ନେଇ ରାଜ୍ୟ ପୋଲିସ ମହା-ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ…