Latest Odisha News

BREAKING NEWS

Yearly Archives

2019

କୋଣାର୍କ ମହୋତ୍ସବର ୪ର୍ଥ ସନ୍ଧ୍ୟା; ଦର୍ଶକଙ୍କୁ ବିହ୍ୱଳିତ କଲା ପ୍ରହଲ୍ଲାଦ ନାଟକର ଶାସ୍ତ୍ରୀୟ ଉପସ୍ଥାପନା

କୋଣାର୍କ: ନୃତ୍ୟଶିଳ୍ପୀ ଯେତେବେଳେ ନୃତ୍ୟସହ ଏକାତ୍ମ ହୋଇଯାନ୍ତି ଏକ ନୈସର୍ଗିକ ବାତାବରଣ ସୃଷ୍ଟି ହୁଏ ଓ ସେତେବେଳେ ନୃତ୍ୟ ଇଶ୍ୱର ପ୍ରାପ୍ତିର ମାର୍ଗକୁ ସହଜ କରିଦିଏ । ଏହିପରି ଏକ ଆବେଗମୟ ଅନୁଭବରେ ସିକ୍ତ ହୋଇଥିଲା ଦର୍ଶକଙ୍କ ହୃଦୟ । ଅବସର ଥିଲା କୋଣାର୍କ ଉତ୍ସବର ଚତୁର୍ଥ ସଂଧ୍ୟା ।…

ଏବେ ଏସଏସସି-ଆରଆରବି ଓ ଆଇବିପିଏସ ଲାଗି ହେବ ଗୋଟିଏ ପରୀକ୍ଷା

ଭୁବନେଶ୍ୱର: ଏସଏସସି, ଆରଆରବି, ଆଇବିପିଏସରେ ଗ୍ରୁପ ବି , ଗ୍ରୁପ ସି ଚାକିରୀ ପାଇଁ ହେବ ନାହିଁ ଅଲଗା ଅଲଗା ପରୀକ୍ଷା । ଗୋଟିଏ ଏକକ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଗୋଟିଏ ଅନଲାଇନ ରେଜିଷ୍ଟ୍ରେସନ କରିବାକୁ ପଡିବ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଅଲଗା ଅଲଗା ପରୀକ୍ଷା ଆୟୋଜନ କରାଯିବ ।…

୪ ଜଣଙ୍କ ଜୀବନ ବଞ୍ଚାଇ ସମ୍ମାନିତ ହେଲେ ଟ୍ରାଫିକ ହାବିଲଦାର; ସମ୍ବର୍ଦ୍ଧିତ କଲା କମିଶନରେଟ ପୋଲିସ

କଟକ: ନିଜର ଉପସ୍ଥିତ ବୁଦ୍ଧି ତଥା ତତ୍ପରତା ଯୋଗୁଁ ୪ ପଥଚାରୀଙ୍କ ଜୀବନ ବଞ୍ଚାଇଥିଲେ କଟକର ଟ୍ରାଫିକ ହାବିଲଦାର ଲଳିତ ମୋହନ ରାଉତ । ତାଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟ ଯୋଗୁଁ ବୁଧବାର ଦିନ କଟକ ଡ଼ିସିପି ସୁଧାଂଶୁ ଷଡଙ୍ଗୀ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ତେବେ ଲଳିତଙ୍କ ଏହି କାର୍ଯ୍ୟ…

ସାଉଥ ଏସିଆନ ଗେମ୍ସ: ଟେନିସରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଜିତିଲେ ସ୍ୱର୍ଣ୍ଣ

କାଠମାଣ୍ଡୁ: ନେପାଳର ପୋଖରାଠାରେ ଅନୁଷ୍ଠିତ ହେଉଥିବା ଦକ୍ଷୀଣ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଟେନିସ ଦଳ ଉଭୟ ପୁରୁଷ ଓ ମହିଳା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିପାରିଛି । The men's tennis team beat Pakistan in the final, while the women's team beat Sri Lanka…

ରାଜ୍ୟ ପୁସ୍ତକ ମହୋତ୍ସବ: ଡିସେମ୍ବର ୬ରୁ ରାଜଧାନୀରେ ଆରମ୍ଭ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଚଳିତ ବର୍ଷ ଡିସେମ୍ବର ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ 'ଅକ୍ଷର' ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ସମେତ ରାଜଧାନୀ ପୁସ୍ତକ ମେଳା,…

ସୁଦାନ: କାରଖାନାରେ ବିସ୍ଫୋରଣ ଘଟି ୧୮ ଭାରତୀୟଙ୍କ ସମେତ ୨୩ ମୃତ

ନୂଆଦିଲ୍ଲୀ: ସୁଦାନର ସାଲୁମି ନାମକ ଏକ କାରଖାନାରେ ବୁଧବାର ଦିନ ବିସ୍ଫୋରଣ ଘଟି ୧୮ ଜଣ ଭାରତୀୟଙ୍କ ସମେତ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୁଡାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । FIRE INCIDENT : SEELA CERAMIC FACTORY, BAHRI,…

ଟ୍ରାଫିକ ନିୟମ ଭଙ୍ଗ ଲାଗି ଜୋରିମାନା ଆଦାୟରେ କୋହଳ ହେବନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବୁଧବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାରେ ଯେଉଁମାନେ ଟ୍ରାଫିକ୍ ନିୟମ ଭଙ୍ଗକରି ଜୋରିମାନା ଦେଇଛନ୍ତି ସେମାନଙ୍କୁ ଆଉ ଜୋରିମାନା ଫେରସ୍ତ କରାଯିବ ନାହିଁ । କେତେକ ପଡ଼ୋଶୀ ରାଜ୍ୟରେ ଟ୍ରାଫିକ ନିୟମ…

‘ଟିଆରା କ୍ୱିନ୍ ଅଫ୍ ଇଣ୍ଡିଆ କଣ୍ଟେଷ୍ଟ’ ଜିତି ଓଡ଼ିଶାକୁ ଗୌରବାନ୍ୱିତ କଲେ ସ୍ୱାଗତିକା

ଭୁବନେଶ୍ୱର: ଓଡ଼ିଶାର ଆଦିବାସୀ ଯୁବତୀ ସ୍ୱାଗତିକା କୁଅଁର ‘ଟିଆରା କ୍ୱିନ୍ ଅଫ୍ ଇଣ୍ଡିଆ କଣ୍ଟେଷ୍ଟ’ରେ ବିଜୟ ମୁକୁଟ ପିନ୍ଧି ସାରା ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ପିଲାଟି ଦିନରୁ ସ୍ୱାଗତିକା ମଡ଼େଲିଂ କରିବାକୁ ବେଶ୍ ଭଲ ପାଆନ୍ତି । ଏକ ମଧ୍ୟବିତ୍ତ ପରିବାରରେ ବଢି ଆସିଥିବା ତଥା…

ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ୫-ଟି ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ବୁଧବାର ସକାଳୁ ପୁରୁଣା ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଚାଲୁଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବୁଧବାର ଭୋର ପାଖାପାଖି ସାଢେ ୪ ଟା ସମୟରେ ପାଣ୍ଡିଆନଙ୍କ ସହ ପୂର୍ତ୍ତ ବିଭାଗ ସଚିବ କୃଷ୍ଣ…

ଅନୁଗୁଳ ଆଲୁମିନିୟମ ପାର୍କ ପ୍ରକଳ୍ପକୁ ପୁନଃ ଚାଲୁ କରିବା ପାଇଁ ପିୟୂଷ ଗୋଏଲଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ଅନୁଗୋଳ ଆଲୁମିନିୟମ୍ ପାର୍କ ପ୍ରକଳ୍ପ ପୁନଃ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ର ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିଳ୍ପ ମନ୍ତ୍ରୀ ପିୟୂଷ…