Latest Odisha News

BREAKING NEWS

Yearly Archives

2020

ଦେଶରେ ୯୮ଲକ୍ଷ କରୋନା ସଂକ୍ରମିତ, ମୃତ୍ୟୁସଂଖ୍ୟା ୧ଲକ୍ଷ ୪୨ହଜାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮ଲକ୍ଷ ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୦ହଜାର ୫ ନୂଆ ଆକ୍ରାନ୍ତ । ଏହି ସମୟରେ ୧୦ଲକ୍ଷ ୬୫ହଜାର କୋଭିଡ୍ ଟେଷ୍ଟ ହୋଇଛି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୮ଲକ୍ଷ ୨୬ହଜାର ୭୭୫କୁ ବୃଦ୍ଧି ପାଇଛି ।…

ସବୁ ଟୋଲ ପ୍ଲାଜା ଓ ଦିଲ୍ଲୀ-ଜୟପୁର ରାଜପଥ ଅବରୋଧ କରୁଛନ୍ତି ଚାଷୀ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ତୁଟୁନି ଚାଷୀଙ୍କ ଆନ୍ଦୋଳନ । ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି କୃଷକ ସଂଗଠନ । ଆଜି ସବୁ ଟୋଲ୍ ପ୍ଲାଜା ଘେରାଉକରୁଛନ୍ତି ଆନ୍ଦୋଳନକାରୀ ଚାଷୀ । ରିଲାଏନ୍ସ ଓ ଆଦାନୀର ଟୋଲ ପ୍ଲାଜାକୁ ଫ୍ରି କରୁଛନ୍ତି ।…

ଯାଜପୁର ପୋଲିସ କବ୍ଜାରେ ଲୁଟେରା ଗ୍ୟାଙ୍ଗ

ଯାଜପୁର : ପୋଲିସ କବ୍ଜାରେ ଲୁଟେରା ଗ୍ୟାଙ୍ଗ। ରାଜପଥରେ ଲୁଟପାଟ କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଯାଜପୁର ଜିଲ୍ଲା ଟମକା ପୋଲିସ। ଗତ ୯ ତାରିଖରେ ସ୍ଥାନୀୟ ଗୌଡବାହାଳି ଛକ ନିକଟରେ ବାଇକରେ ଯାଉଥିବା ଏକ ଦମ୍ପତିଙ୍କୁ ୩ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ମରଣାନ୍ତକ ଆକ୍ରମଣ…

ପରୀ ଘଟଣାର ପୁନରାବୃତ୍ତି; ନୟାଗଡ଼ର ଗାଁ ଦାଣ୍ଡରୁ ଆଉ ଜଣେ ଶିଶୁ କନ୍ୟା ନିଖୋଜ

ନୟାଗଡ: ଶିଶୁକନ୍ୟା ପରୀର ମୃତ୍ୟୁ ରହସ୍ୟ ଏପର୍ଯ୍ୟନ୍ତ ରହସ୍ୟ ଘେରରେ ଥିବା ବେଳେ ପୁଣି ନୟାଗଡରେ ଘଟିଛି ଏହାର ପୁନରାବୃତ୍ତି। ପରୀକୁ କିଏ ହତ୍ୟା କଲା ତାହାର ତଦନ୍ତ ଚାଲିଥିବା ବେଳେ ପୁଣି ନୟାଗଡରୁ ଆଉ ଏକ ଶିଶୁ କନ୍ୟା ନିଖୋଜ ଘଟଣା ସାମ୍ନାକୁ ଆସିଛି। ସୂଚନାନୁସାରେ, ନୟାଗଡ ଜିଲ୍ଲା…

ଆମେରିକାରେ ୨୪ ଘଣ୍ଟା ଭିତରେ ଦିଆଯିବ Pfizer ଟିକା: ଡୋନାଲ୍ଡ ଟ୍ରମ୍ପ

ଓ୍ୱାଶିଂଟନ: ବ୍ରିଟେନ, ବାହାରିନ୍, କାନାଡ଼ା ପରେ ଫାଇଜର ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମୋଦନ ଦେଇଛି ଆମେରିକା । କିଛି ଦିନ ଭିତରେ ସବୁ ରାଜ୍ୟରେ ଟିକାକରଣ ଆରମ୍ଭ ହେବ । ତାପୂର୍ବରୁ ବଡ଼ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ୨୪ ଘଣ୍ଟା ଭିତରେ ପ୍ରଥମ …

ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୨ ଯୁବକ ମୃତ

ଯାଜପୁର: ଯାଜପୁର ଜିଲ୍ଲା ଯଖପୁରା ଥାନା ବିଜୁପଟ୍ଟନାୟକ ମାର୍ଗର ଦଶମାଣିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରଲର ସହ ବାଇକ୍ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ବାଇକ୍ ଆରୋହୀ ୨ଜଣ କଳିଙ୍ଗନଗର ଥାନା…

ବଲିଉଡକୁ ପୁଣି ଏକ ଝଟକା; ନିଜ ଆପାର୍ଟମେଂଟରୁ ମୃତ ଅବସ୍ଥାରେ ମିଳିଲେ ଡର୍ଟି ପିକ୍ଚର୍ସର ଏହି ଅଭିନେତ୍ରୀ

କୋଲକାତା: ଚଳିତ ବର୍ଷ ବଲିଉଡ ପାଇଁ ଏକ କଳା ବର୍ଷ ସବ୍ୟସ୍ତ ହୋଇଛି। ଜଣଙ୍କ ପରେ ଜଣେ ଆଗଧାଡ଼ିର କଳାକାରଙ୍କ ଦେହାନ୍ତର ଖବର ସ୍ତବ୍ଧ କରିଦେଉଛି ବଲିଉଡ଼କୁ। ବଲିଉଡକୁ ମିଳିଛି ଆଉ ଏକ ଝଟକା। ସୁପରହିଟ୍ ଚଳଚିତ୍ର ଦ ଡର୍ଟି ପିକ୍ଚର୍ସର ଅଭିନେତ୍ରୀ ଆର୍ୟ୍ଯା ବାନାର୍ଜୀଙ୍କ ମୃତଦେହ ଦକ୍ଷିଣ…

ବିଦ୍ୟୁତ ଆଘାତରେ ଦମ୍ପତି ମୃତ, ଜମିକୁ ଫୁଲକୋବି ତୋଳିବାକୁ ଯାଇଥିବା ବେଳେ ଅଘଟଣ

ଗଞ୍ଜାମ: ବିଦ୍ୟୁତ ଆଘାତରେ ଦମ୍ପତ୍ତି ମୃତ । ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବୁରୁପଡ଼ା ଗାଁରେ । ମୃତକମାନେ ହେଲେ ବିଷ୍ଣୁ ସାମଲ ଓ ତାଙ୍କ ପତ୍ନୀ ହୀନ ସାମଲ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା ୧୨-୧୨-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୧୨ ରିଖ ଶନିବାର ବିଛା ୨୭ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ଭୁକ୍ତ ତ୍ରୟୋଦଶୀ ତିଥି ବିଶାଖା ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର-: ବୃଷ,ସିଂହ ଓ କନ୍ୟା ରାଶିର      ଆଜି: ପୋଇ ଓ…

କେବେ ଖୋଲିବ ଶ୍ରୀମନ୍ଦିର; ଆଜି ଦିନ ୧୨ ଟା ରେ ବସିବ ଛାତିଶା ନିଯୋଗ ବୈଠକ

ପୁରୀ: କେବେ ଖୋଲିବ ଶ୍ରୀମନ୍ଦିର? ଏ ସମ୍ପର୍କରେ ଆଜି ନିଆଯିବ ନିଷ୍ପତି । ଆଜି ମଧ୍ୟାହ୍ନ ୧୨ ଟାରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି। ସୂଚନାନୁସାରେ, ଏହି ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଆଲୋଚନା ହେବ । ପୂର୍ବରୁ ଏ…