Latest Odisha News

BREAKING NEWS

Yearly Archives

2021

TTPS ବନ୍ଦ ପ୍ରତିବାଦରେ ଆସନ୍ତା ୭ ତାରିଖ ଅନୁଗୁଳ ବନ୍ଦ ଡାକରା

ଅନୁଗୁଳ: ତାଳଚେର ଟିଟିପିଏସ୍ ପ୍ଲାଣ୍ଟ ବନ୍ଦକୁ ବିରୋଧ କରି ଆସନ୍ତା ୭ ତାରିଖ ଅନୁଗୁଳ ବନ୍ଦ ଡାକରା ଦିଯାଇଛି । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେଡି । ଆଜି ଦଳ ପକ୍ଷରୁଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦିଆଯାଇଛି । ଦଳ ପକ୍ଷରୁ କୁହାଯାଇଛି- ତାଳଚେର TTPS ପ୍ଲାଣ୍ଟକୁ…

ଏଣିକି ଦୈନିକ ଦୁଇଟି କ୍ଲାସ ନେବେ ପ୍ରଧାନ ଶିକ୍ଷକ

ଭୁବନେଶ୍ବର : ଏଣିକି ଦୈନିକ ଦୁଇଟି କ୍ଲାସ ନେବେ ପ୍ରଧାନ ଶିକ୍ଷକ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ତ୍ରୁଟି ଦେଖିଥିଲେ ପ୍ରମୁଖ ସଚିବ । ଏହାସହ…

କେନ୍ଦ୍ରକୁ ୧୫ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ମାଗିଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଟିକାକରଣ ଜାରି ରହିଛି । ରାଜ୍ୟ ସରକାର ଦୈନିକ ପ୍ରାୟ ୨ ଲକ୍ଷ ଲୋକଙ୍କୁ କୋଭିଡ୍ ଟିକା ଦେଉଛନ୍ତି । ଆଉ ରାଜ୍ୟ ପାଖରେ ୫ ତାରିଖ ସକାଳ ୮ଟା ସୁଦ୍ଧା କୋଭିସିଲ୍ଡର ୬ ଲକ୍ଷ ୨ ହଜାର ୪୩୦ ଡୋଜ୍ ଥିବାବେଳେ କୋଭାକ୍ସିନର…

ବିହାର ସମେତ ଆସାମ ଓ ପଶ୍ଚିମବଙ୍ଗରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୪

ପାଟନା : ବିହାରରେ ଭୂକମ୍ପର ଝଟକା ଅନୁଭୂତ । ପାଟନା, କିଷନଗଞ୍ଜ, ସପୌଲ ଏବଂ କଟିହାରରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରହିଛି । ତେବେ ଏହି ଭୂମିକମ୍ପରେ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ । ବିହାର ସହ ଆସାମ, ପଶ୍ଚିମବଙ୍ଗର…

୬ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ସିଲ୍ ହେଲା ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟ

ଭୁବନେଶ୍ୱର: ମାଡ଼ି ଚାଲିଛି ମହାମାରୀ କରୋନା । ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟରୁ ଏକାଧିକ କରୋନା ସଂକ୍ରମିତ ଟିହ୍ନଟ ହେବା ପରେ ଅଫିସକୁ ସିଲ୍ କରି ଦିଆଯାଇଛି । ବିଏମସି ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟକୁ ୪୮ ଘଣ୍ଟା ଲାଗି ସିଲ୍ କରିଛି । ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟରୁ ୬ ଜଣ…

ବସ୍ତା ଭିତରୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

ସମ୍ବଲପୁର : ସମ୍ବଲପୁର ବରାଇପାଲିରେ ଚାଞ୍ଚଲ୍ୟ । ବସ୍ତା ଭିତରୁ ମିଳିଛି ଯୁବକଙ୍କ କ୍ଷତାକ୍ତ ମୃତଦେହ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଯୁବକଙ୍କୁ ହତ୍ୟା ପରେ ବସ୍ତାରେ ପୂରାଇ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ତେବେ ଯୁବକଙ୍କ ପରଚିୟ ମିଳିନଥିବା ବେଳେ,…

୯୦ ମତଦାତା, ଭୋଟ ଦେଲେ ୧୭୧

ହାଫଲୋଙ୍ଗ: ଆସାମର ଏକ ମତଦାନ କେନ୍ଦ୍ରରେ ବଡ ଅନିୟମିତତା ସମ୍ମୁଖକୁ ଆସିଛି । ଦିମା ହସାଓ ଜିଲ୍ଲାର ଏକ ମତଦାତା କେନ୍ଦ୍ରରେ ୯୦ ମତଦାତାଙ୍କ ସୂଚୀ ଥିବା ବେଳେ ୧୭୧ଟି ଭୋଟ ପଡିଥିଲା । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏପ୍ରିଲ ୧ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଭୋଟିଂ ହୋଇଥିଲା…

ସିଲିକନ କଲେଜକୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ବିଏମସି

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ କରିଥିବାରୁ ରାଜଧାନୀର ସିଲିକନ କଲେଜକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଏମସି । ରାଜ୍ୟରେ ଦିନକୁ ଦିନ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲୁଥିବା ବେଳେ କଟକଣାକୁ ମାନିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଏହି ସମୟରେ ଏହି ଶିକ୍ଷାନୁଷ୍ଠାନରେ…

ପିପିଲିରୁ ୫୦ ଲକ୍ଷ ଟଙ୍କା ଜବତ ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର: ପିପିଲିରୁ ୫୦ ଲକ୍ଷ ଟଙ୍କା ଜବତ ଘଟଣାକୁ ନେଇ ବିଜେପିକୁ ଘେରିଲା ବିଜେଡି । ବିଜେପି ପିପିଲି ଉପନିର୍ବାଚନରେ ହାରିଯିବାର ଭୟ ଥିବାରୁ ଭୋଟ୍ ପାଇଁ ଟଙ୍କା ବାଣ୍ଟୁଥିବା ବିଜେଡି ଅଭିଯୋଗ କରିଛି । ଏନେଇ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ।…

ପିପିଲି ଉପନିର୍ବାଚନରେ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ : ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖରେ ହେବ ଭୋଟଗ୍ରହଣ । ମତଦାନ ଦିନ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୧୦୨ଟି ଗାଡ଼ିର ବ୍ୟବସ୍ଥା କରାଯାଇଛି । ଭୋଟ ଗ୍ରହଣ ଦିନ ସେମାନେ ରହୁଥିବା ସ୍ଥାନରୁ ମତଦାନ କେନ୍ଦ୍ରକୁ ନେବା…