କବିତା : ଅଶାସ୍ତ୍ର ସଙ୍ଗୀତ
ଅଜୟ ପ୍ରଧାନ
ଆସ, ଗାଅ
ଯିଏ ଚାହୁଁଛ ବିନା ତାଳରେ
ବିନା ସରଞ୍ଜାମ ରେ ମୋ ସଙ୍ଗୀତ ଗାଇବାକୁ
ପାହାଡ଼ ଉପରେ ,
ସମୁଦ୍ର କୂଳରେ ବା ଭିତରେ,
ଅଧାରୁଅଧିକ ପୋଡ଼ା ଜଙ୍ଗଲରେ ,
ଖରା ଡହକରେ, ହାଡ଼ଫଟା ଶୀତରେ
ମେଘଙ୍କ ଦଣ୍ଡ ନାଚ ବେଳେ,
ପକ୍ଷୀଙ୍କ ରାଲିରେ,
କଟାସରିଥିବା ଧାନ ବିଲରେ,…