Latest Odisha News

BREAKING NEWS

Yearly Archives

2021

ଭିଜିଲାନ୍ସ ଜାଲରେ ସୁପରଭାଇଜର

ନୀଳଗିରି: ପୁଣି ଭିଜିଲାନ୍ସ ରେଡ୍ । ବାଲେଶ୍ୱର ନୀଳଗିରି ବରହମପୁର ସେକ୍ଟରରେ ଜଣେ ଅଙ୍ଗନୱାଡି କର୍ମୀଙ୍କ ସମ୍ପର୍କରେ ତଥ୍ୟ ପାଇଁ ଟଙ୍କା ଲାଞ୍ଚ ଅଭିଯୋଗ । ତଥ୍ୟର ଯାଞ୍ଚ ରିପୋର୍ଟ ପ୍ରଦାନ ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଇସିଡିଏସ ବିଭାଗ ସୁପରଭାଇଜରଙ୍କୁ ଗିରଫ କରାଯାଇଛି ।…

ଯାଜପୁରରେ ମାତିଛନ୍ତି ଚୋର, ଦୋକାନରୁ ଚୋରି ଅଭିଯୋଗ

ଯାଜପୁର : ଯାଜପୁରରେ ମାତିଛନ୍ତି ଚୋର । ଯାଜପୁର ଜିଲ୍ଲା ବିଝାରପୁର ଥାନା ବାଳମୁକିଳି ଛକରେ ବିଳମ୍ବିତ ରାତିରେ ଦୋକାନ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ପ୍ରାୟ ୩ଟି ଦୋକାନରୁ ଚୋର ମାନେ ସ୍କାଇ ଲାଇଟ ଭାଙ୍ଗି ବହୁ ଜିନିଷ ପତ୍ର ଲୁଟ୍ କରିଛନ୍ତି । ବଜାରରେ ଥିବା ମେଡିସିନ ଷ୍ଟୋର…

କବାବ ଲୋଭରେ ଧରାପଡିଲା ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ

ଭୁବନେଶ୍ୱର: କେବେ କେବେ ଖାଦ୍ୟ ପ୍ରେମ ଆପଣଙ୍କୁ ମହଙ୍ଗା ପଡିପାରେ । ଖାଦ୍ୟ ଲୋଭରେ ରୋଗାକ୍ରାନ୍ତ କିମ୍ବା ମେଦ ବହୁଳତା କଥା ସାଧାରଣ ଘଟଣା । ହେଲେ ଖାଦ୍ୟ ପ୍ରେମ ପାଇଁ ଗିରଫଦାରୀ ଘଟଣା ନିଶ୍ଚିତ ଭାବେ ଅସାଧାରଣ । କବାବ ଲୋଭରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟର ଜଣେ ଆତଙ୍କବାଦୀ ଗିରଫ…

ପୁଅ ଜିଉଁନ୍ତିଆ ପୂଜା ବନ୍ଦାପନା

ସୁବର୍ଣ୍ଣପୁର : ଆଶ୍ବୀନ ମାସ ମୂଳାଷ୍ଟମୀରେ ସାରା ପଶ୍ଚିମ ଓଡିଶାରେ ପାଳିତ ହୋଇଯାଇଛି ପୁଅ ଜିଉନ୍ତିଆ ଓଷା l ହେଲେ ସୁବର୍ଣ୍ଣପୁର ଗଡଜାତରେ ଏହି ପୂଜାର ସ୍ୱତନ୍ତ୍ରତା ରହିଛି l ସନ୍ତାନମାନଙ୍କ ମଙ୍ଗଳ ତଥା ଦୀର୍ଘାୟୁ କାମନା କରି ମାଆ ମାନେ ଅତି ନିଷ୍ଠାର ସହ ଏହି ଓଷା ପାଳନ କରିଛନ୍ତି l ଏହି…

ହକିକୁ ଅଲବିଦା କହିଲେ ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ୱର : ହକିରୁ ଅବସର ନେଲେ ବୀରେନ୍ଦ୍ର ଲାକ୍ରା । ଏବାବଦରେ ହକି ଇଣ୍ଡିଆ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମର ସଦସ୍ୟ ରହିଥିବା ଓଡ଼ିଆ ପୁଅ ବୀରେନ୍ଦ୍ର ଲାକା ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଛନ୍ତି।  ବୀରେନ୍ଦ୍ର…

ଲୋକସେବା ଭବନରୁ ଢମଣା ଉଦ୍ଧାର

ଭୁବନେଶ୍ୱର : ରାଜ୍ୟ ଲୋକସେବା ଭବନରେ ସାପ । ୪ ଫୁଟ୍ ଲମ୍ବର ଢମଣା ସାପ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ରାଜ୍ୟ ଲୋକସେବା ଭବନର ହୋମ ଡିପାର୍ଟମେଣ୍ଟର କୋର୍ଡିନେସନ ସେକ୍ସନରୁ ଢମଣା ସାପଟିକୁ ଉଦ୍ଧାର କରାଯାଇଥିଲା । ଆଜି ସକାଳ ୯.୧୫ ମିନିଟ ପାଖାପାଖି ସମୟ ହେବ ଗୃହ ବିଭାଗ କର୍ମଚାରୀ…

କଶ୍ମୀର ପାଇଁ ଲାଇଫ ଲାଇନ ସାଜିବ ‘ଜୋଜିଲା ଟନେଲ’

ଶ୍ରୀନଗର: କଶ୍ମୀର ଓ ଲେହ ଲଦ୍ଦାଖ ପାଇଁ ଲାଇଫ ଲାଇନ ସାଜିବ ଜୋଜିଲା ଟନେଲ । ଶୀତ ଦିନରେ ବର୍ଷର ୬ ମାସ ବନ୍ଦ ରହୁଥିବା ଏହି ଅଞ୍ଚଳରେ ଯାତାୟତ ସମ୍ଭବ କରିବ ଜୋଜିଲା ଟନେଲ । ଜାମ୍ମୁ କାଶ୍ମୀରର ଶ୍ରୀନଗର ସହିତ ଲେହ ଲଦାଖ ଅଞ୍ଚଳକୁ ସଂଯୋଗ କରୁଥିବା ରଣନୀତିକ ଲିଙ୍କ ହେଉଛି ଜୋଜିଲା ଟନେଲ | ଏହି…

ବୈତରଣୀରେ କୁମ୍ଭୀର ଆତଙ୍କ

ଯାଜପୁର : ଯାଜପୁର ଜିଲ୍ଲା ବୈଚରଣୀ ନଦୀରେ କୁମ୍ଭୀର ଆତଙ୍କ । ମଇଁଷିକୁ ପାଣି ଭିତରକୁ  ଟାଣିନେଲା କୁମ୍ଭୀର । ଦଶରଥପୁର ବ୍ଲକ ଅନ୍ତର୍ଗତ କୟାଁ ଅଞ୍ଚଳ ରେ ଏଭଳି ଘଟଣା ଘଟିଛି । ଯାହାକୁ ନେଇ ସ୍ଥାୟୀୟ ଅଞ୍ଚଳ ବାସୀ ଭୟଭୀତ ହୋଇପଡ଼ିଛନ୍ତିା କୟାଁ ପଞ୍ଚାୟତ ଇଚ୍ଚାପୁର ନିକଟରେ କୁମ୍ଭୀର…

ଟ୍ରେନ୍ ଦୁର୍ଘଟଣାରେ ଆଖି ବୁଜିଲେ ହାସ୍ୟ ଅଭିନେତା ଗୁଡୁଙ୍କ ମାଆ

ଯାଜପୁର: ଓଲିଉଡ୍ ହାସ୍ୟ ଅଭିନେତା ଗୁଡୁଙ୍କ ମାଆ ଟ୍ରେନରୁ ଖସି ପଡ଼ି ମୃତ୍ୟୁବରଣ କରିଛନ୍ତି । ଯାଜପୁର ଜିଲ୍ଲା ଯଖପୁରା ରେଳ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନରେ ଚଢୁଥିବା ବେଳେ ଖସି ପଡ଼ିଥିଲେ ଗୁଡୁଙ୍କ ମାଆ ଗୀତାଞ୍ଜଳି ।  ସେ ତାଙ୍କ ଝିଅ ସହ ଖୋର୍ଦ୍ଧା-କେନ୍ଦୁଝର ଇଣ୍ଟରସିଟି…

ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଦୁଇ ଯବାନ ଗୁରୁତର

ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁରରେ ମାଓ ହିଂସା । ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଦୁଇ ସିଆରପିଏଫ୍ ଯବାନ ଗୁରୁତର। ମୋଦକପାଲ୍ ଥାନା ଅନ୍ତର୍ଗତ ହାଲବାପଡ଼ା ଗାଁ ନିକଟରେ ହୋଇଛି ବିସ୍ପୋରଣ । ଆହତ ଯବାନଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…