Latest Odisha News

BREAKING NEWS

Yearly Archives

2021

ଗୁଗୁଲ୍‌ ୨୦୨୧ ଟ୍ରେଣ୍ଡସ୍‌; ‘ହାଓ ଟୁ ମେକ୍‌ ଅକ୍ସିଜେନ୍‌ ଆଟ୍‌ ହୋମ୍‌’

ନୂଆଦିଲ୍ଲୀ: ଚଳିତ ବର୍ଷ ଗୁଗୁଲ୍‌ରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଶବ୍ଦ ହେଉଛି ଘରେ କିପରି ଅକ୍ସିଜେନ୍‌ ତିଆରି କରିବେ। ଭାରତରେ ଟିକା ପାଇଁ କିପରି ପଞ୍ଜୀକୃତ ହେବ ସେ ସମ୍ବନ୍ଧରେ ମଧ୍ୟ ଅନେକ ଥର ସର୍ଚ୍ଚ କରାଯାଇଥିବା ଜଣାପଡ଼ିଛି। କ୍ରିପ୍ଟୋକରେନ୍ସି ସହିତ ଜଡିତ ବିଷୟଗୁଡିକ ଯେପରିକି…

ବିଜେଡିର ମିଶ୍ରଣ ପର୍ବ, ୫୦ ରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ଦଳରେ ସାମିଲ ହେଲେ କରମଚାନ୍ଦ

ଭୁବନେଶ୍ୱର : ବିଜେଡିରେ ପୁଣି ମିଶ୍ରଣ ପର୍ବ  । ସୋନପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି କରମଚାନ୍ଦ ମହାନ୍ତି ଆଜି ବିଜେପି ଛାଡି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି । କରମଚାନ୍ଦ ମହାନ୍ତି ତାଙ୍କ ସମର୍ଥକଙ୍କ ସହ ବିଜେପି ଛାଡି ଆଜି ବିଜେଡିିରେ ଯୋଗ ଦେଇଛନ୍ତି । ପ୍ରାୟ ୫୦ ରୁ…

ନଦୀ ପଠାରୁ ଉଦ୍ଧାର ହେଲା ପ୍ରାଚୀନ ମୂର୍ତ୍ତି ଓ କୀର୍ତ୍ତିରାଜି

ଯାଜପୁର: ନଦୀ ପଠାରୁ ଉଦ୍ଧାର ହେଲା ପ୍ରାଚୀନ ମୂର୍ତ୍ତି ଓ କୀର୍ତ୍ତିରାଜି । ଯାଜପୁର ବ୍ଲକ କୁଞ୍ଜବିହାରୀପୁର ନିକଟରୁ ବୈତରଣୀ ନଦୀ ଗର୍ଭରୁ ବାଲି ଖନନ ହେଉଥିଲା । ଏହି ସମୟରେ ପୁରାତନ ଦେବାଦେବୀଙ୍କ ମୂର୍ତ୍ତି ଉଦ୍ଧାର ହୋଇଛି । ଯାହାକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି ।…

ବିନା ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ

ସେଂଚୁରିଆନ: ଦକ୍ଷିଣ ଆଫ୍ରିକାରେ ଓମିକ୍ରନ କାୟା ବିସ୍ତାର କରୁଥିବାରୁ ସ୍ଥାନୀୟ ସରକାର ଏବଂ କ୍ରିକେଟ ବୋର୍ଡ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ୨୬ ଡିସେମ୍ବରରୁ ଖେଳାଯିବାକୁ ଥିବା ପ୍ରଥମ କ୍ରିକେଟ ଟେଷ୍ଟ ବିନା ଦର୍ଶକରେ ଖେଳାଯିବ ।…

ମହାନଦୀରେ ଦୀର୍ଘତମ ଟି-ସେତୁ ଲୋକାର୍ପିତ, ୪୫ କିମି ଦୂରତ୍ୱ କମିବ

କଟକ: ମହାନଦୀ ଉପରେ ବହୁ ପ୍ରତିକ୍ଷୀତ ଟି-ସେତୁ ଲୋକାର୍ପିତ ହୋଇଛି । ଏହି ଦୀର୍ଘତମ ସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଜିଲ୍ଲା ଗୋପୀନାଥପୁର-ସିଂହନାଥ ପୀଠ-ବୈଦେଶ୍ୱରକୁ ସଂଯୋଗ କରୁଛି ସେତୁ । ନିର୍ମାଣ କାମରେ ଖର୍ଚ୍ଚ ହୋଇଛି ୧୧୧ କୋଟି ଟଙ୍କା । ଏହି…

ଜିଓ ନେଟୱାର୍କ ସ୍ଥାପନା ପାଇଁ ୧୨ ଘଣ୍ଟିଆ ମାଛକୁଣ୍ଡ ବନ୍ଦ ଡାକରା

କୋରପୁଟ : ଜିଓ ମୋବାଇଲ ନେଟୱାର୍କ ସ୍ଥାପନ କରିବା ଦାବି ନେଇ ଆଜି ୧୨ ଘଣ୍ଟିଆ ମାଛକୁଣ୍ଡ ବନ୍ଦ ଡାକରା ଦିଆଯାଇଛି । କୋରପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳବାସୀ ଏହି ବନ୍ଦ ଡାକରା ଦେଇଛନ୍ତି ।ସକଳା ୬ ଟାରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ କରାଯାଉଛି । ଚିକେନପୁଟ, ବାଦିଗଡ, ଅନାକଡେଲ୍ଲୀ ଗ୍ରାମ…

‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା’ ଉଦ୍‌ଘାଟିତ, ଉପାନ୍ତରେ ଉତ୍ତମ ଚିକିତ୍ସା ସୁବିଧା

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ଲେଖିଲା ନୂଆ ଇତିହାସ । ଆଜି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବାର ଉଦଘାଟନ କରିଛନ୍ତି ନବୀନ ପଟ୍ଟନାୟକ । ଏହି ନୂଆ ଯୋଜନାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଡାକ୍ତରୀ ଦଳକୁ ନେଇ ମାଲକାନଗିରିକୁ ପ୍ରଥମ ବିମାନ ଉଡାଣର…

ରାଜ କିଶୋର ଦାଶଙ୍କ ‘ଅଦ୍ବେତ ଦୃଷ୍ଟି ତତ୍ତ୍ୱବୋଧ’ ଓ ‘ଝାପସା ସତ ଝାପସା ମିଛ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କବି ରାଜ କିଶୋର ଦାଶଙ୍କ ରଚିତ 'ଅଦ୍ବେତ ଦୃଷ୍ଟି ତତ୍ତ୍ୱବୋଧ' ଓ 'ଝାପସା ସତ ଝାପସା ମିଛ' ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । ଶ୍ରୀରାମ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୟା ନନ୍ଦ କର ମୁଖ୍ୟ ଅତିଥି , ପଣ୍ଡିତ…

ରାଜଧାନୀରେ ଆଉ ୨ ଓମିକ୍ରନ୍‌ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀରେ କରୋନାର ଓମିକ୍ରନ୍ ଭାରିଆଣ୍ଟର ଦୁଇଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ସଂକ୍ରମଣ ସଂଖ୍ୟା ୨୪ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀର ୧୨ ଜଣ ଓମିକ୍ରନ୍ ରୋଗୀ ସୁସ୍ଥ ହେବା ପରେ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଥିବାବେଳେ…

ଫିଲିପାଇନ୍ସରେ ବର୍ଷର ସବୁଠାରୁ ଶକ୍ତିଶାଳୀ ଟାଇଫୁନରେ ମୃତ୍ୟୁ ସଂଖ୍ୟା ୨୦୮କୁ ବୃଦ୍ଧି

ମାନିଲା: ଚଳିତବର୍ଷ ଫିଲିପାଇନ୍ସରେ ପ୍ରବଳ ଶକ୍ତିଶାଳୀ ତୋଫାନରେ ମୃତ୍ୟୁ ସଂଖ୍ୟା ୨୦୮କୁ ବୃଦ୍ଧି ପାଇଛି । ଏନେଇ ସୋମବାର ନ୍ୟାସନାଲ ପୋଲିସ କହିଛି । ଏହା ନିକଟ ଅତୀତରେ ଦେଶରେ ଘଟିଥିବା ଘାତକ ଘୂର୍ଣ୍ଣିବଳୟ ମଧ୍ୟରୁ ଗୋଟିଏ । ଫିଲାଫାଇନ୍ସ ଦ୍ୱୀପପୁଞ୍ଜର ଦକ୍ଷିଣ ଏବଂ ମଧ୍ୟଭାଗକୁ ଧ୍ୱଂସ…