Latest Odisha News

BREAKING NEWS

Yearly Archives

2021

ହାଇତି ଭୂମିକମ୍ପ ପରେ ହାହାକାର ସ୍ଥିତି: ଭଗ୍ନାଂବଶେଷ ତଳକୁ ସମ୍ପର୍କୀୟଙ୍କୁ ଖୋଜୁଛନ୍ତି ଲୋକ

ହାଇତି: ଆମେରିକାର ହାଇତିରେ ଭୟଙ୍କର ଭୂମିକମ୍ପରେ ବ୍ୟାପକ କ୍ଷତି ହୋଇଥିବା ବେଳେ ଶତାଧିକ ଜୀବନ ନେଇଛି । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପରେ ୩ଶହରୁ ଅଧିକ ଲୋକଙ୍କୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଲୋକ ନିଖୋଜ ଅଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ । ୭.୨ ତୀବ୍ରତାରେ…

ଜମ୍ମୁକାଶ୍ମୀର; ୩ ବର୍ଷରେ ପ୍ରଥମ ଥର ପାଇଁ ସ୍ୱାଧୀନତା ଦିବସରେ ଅଚଳ ହୋଇନି ଇଣ୍ଟରନେଟ୍‌ ସେବା

ନୂଆଦିଲ୍ଲୀ: ୩ ବର୍ଷରେ ପ୍ରଥମ ଥର ପାଇଁ ସ୍ୱାଧୀନତା ଦିବସରେ ଅଚଳ ହୋଇନି ଇଣ୍ଟରନେଟ୍‌ ସେବା। ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀରରେ ସ୍ୱାଧୀନତା ଦିବସରେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ସେବା ପ୍ରଭାବିତ ହୋଇ ନାହିଁ। ଏଥର ସ୍ବାଧୀନତା ଦିବସ ଅବସରରେ ଜାମ୍ମୁ କାଶ୍ମୀରରେ ଶାନ୍ତି…

ଛତିଶଗଡରେ ସାମିଲ୍‌ ହେଲା ଆଉ ୪ ଜିଲ୍ଲା ଓ ୧୮ଟି ତହସିଲ

ନୂଆଦିଲ୍ଲୀ: ୭୫ ତମ ସ୍ୱାଧୀନତା ଦିବସରେ ଜନସାଧାରଣଙ୍କୁ ଅଭିଭାଷଣ ବେଳେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ରାଜ୍ୟରେ ଆଉ ଚାରୋଟି ନୂତନ ଜିଲ୍ଲା ଏବଂ ୧୮ ଟି ନୂଆ ତହସିଲ ସାମିଲ୍‌ ହେବା ନେଇ ଘୋଷଣା କରିଛନ୍ତି। ନୂତନ ଜିଲ୍ଲାଗୁଡ଼ିକ…

କାଲିଠୁ ସର୍ବସାଧାରଣ ଦର୍ଶନ, ଆଜି ଶ୍ରୀମନ୍ଦିରକୁ କରାଗଲା ସାନିଟାଇଜ୍

ପୁରୀ: କାଲିଠୁ ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ସାଧାରଣ ଭକ୍ତ । ପୁରୀ ସହର ବାସୀ ଶ୍ରଜିଉଙ୍କୁ ଦର୍ଶନ କରିବେ । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ପ୍ରଶାସନ । ତାପୂର୍ବରୁ ଆଜି ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ କରାଯାଇଛି । ସିଂହଦ୍ୱାର ପରିସରକୁ ସମ୍ପୂର୍ଣ୍ଣ…

ଜାତିଭିତ୍ତିକ ବିବାଦୀୟ ମନ୍ତବ୍ୟ ଦେଇ ଅଭିନେତ୍ରୀ ଗିରଫ

ଥିରୁବନନ୍ତପୁରମ୍: ଗିରଫ ହେଲେ ତାମିଲ ଅଭିନେତ୍ରୀ ମୀରା ମିତୁନ। ସୋସିଆଲ ମିଡିଆରେ ଜାତିଗତ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ। ତାଙ୍କ ବିରୋଧରେ ମାମଲା ମଧ୍ୟ ଦାଏର୍‌ ହୋଇଥିଲା। ମୀରାଙ୍କୁ ତାମିଲନାଡୁ ପୋଲିସର ସାଇବର କ୍ରାଇମ ୱିଙ୍ଗ ଗିରଫ କରିଥିବା ସୂଚନା ମିଳିଛି। ଅଗଷ୍ଟ ୧୨ରେ ପୋଲିସ…

୧୯୪୮ ପର୍ଯ୍ୟନ୍ତ ଭାରତୀୟ ମୁଦ୍ରା ବ୍ୟବହାର କରୁଥିଲା ପାକିସ୍ତାନ !

ନୂଆଦିଲ୍ଲୀ: ଆଜି ଦେଶ ୭୫ ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଦିନ ବ୍ରିଟିଶ ରାଜର ସମାପ୍ତି ହେବା ସହିତ ଭାରତ ଓ ପାକିସ୍ତାନ ଦୁଇ ଭାଗରେ ବିଭକ୍ତ ହୋଇଥିଲା। ଏହି ବିଭାଜନକୁ ପରବର୍ତ୍ତୀ ସମୟରେ ତୀବ୍ର ହିଂସା ସୃଷ୍ଟି ହୋଇଥିଲା। ଆପଣ ଜାଣନ୍ତି କି ଦେଶ ସ୍ବାଧୀନ ହେବା ପରେ…

ମାଡୁଛି ତାଲିବାନ: ପ୍ରମୁଖ ସହରରୁ ଆଫଗାନିସ୍ତାନ ପାଖରେ ରହିଲା କେବଳ କାବୁଲ

କାବୁଲ: ଆଫଗାନିସ୍ତାନରେ ତାଲିବାନୀଙ୍କ ଆତଙ୍କ ଜାରି ରହିଛି । ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଏବେ କାବୁଲ ମୁହାଁ ହୋଇଛନ୍ତି । ସେମାନଙ୍କ ରାସ୍ତାରେ ଯେଉଁ ସହର ପଡୁଛି ସେଗୁଡ଼ିକୁ ନିଜ କବଜାକୁ ନେଉଛନ୍ତି । ଏବେ ଜଲାଲାବାଦକୁ ନିଜ ଅକ୍ତିଆରକୁ ନେଇଛନ୍ତି ତାଲିବାନ । ନାଙ୍ଗରହାର…

ଏଣିକି ସୈନିକ ସ୍କୁଲରେ ଝିଅଙ୍କୁ ବି ଏଣ୍ଟ୍ରି

ନୂଆଦିଲ୍ଲୀ: ଆଜି ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଏଣିକି ଝିଅମାନେ ବି ସୈନିକ ସ୍କୁଲରେ ପଢିବାର ସୁଯୋଗ ଲାଭ କରିବେ। ଦେଶର ସମସ୍ତ ସୈନିକ ସ୍କୁଲର ଫାଟକ ଏବେ ଝିଅମାନଙ୍କ ପାଇଁ ମଧ୍ୟ ଖୋଲାଯିବ। ବର୍ତ୍ତମାନ ଦେଶରେ ୩୩ ଟି…

ମାଲକାନଗିରିରେ ଲଗାଣ ବର୍ଷା; ବୁଡିଲା ପୋଲ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବୁଡିଲା କାଙ୍କୁରୁକୋଣ୍ଡା ଓ କନ୍ୟାଶ୍ରମ ପୋଲ । ପୋଲ ଉପରେ ତିନି ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ ମୋଟୁ ଓ କାଲିମେଳା ଠାରୁ ପଡିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି ।…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆ ରୂପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ସ୍ମାର୍ଟ…

ଭୁବନେଶ୍ୱର: ୭୫ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଏକ ଐତିହାସିକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ରୂପରେ ଲାଗୁ କରାଯିବ । ଏଥିପାଇଁ ରାଜ୍ୟର ୯୬ ଲକ୍ଷ…