Latest Odisha News

BREAKING NEWS

Yearly Archives

2022

ଆଉ ଦୁଇ ଦିନ ପରେ ନାମାଙ୍କନ ପତ୍ର ଦାଖଲ: କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ନିମନ୍ତେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି  ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ପୂର୍ବତନ ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ…

ଭାରତକୁ ୪୯ ରନରେ ହରାଇଲା ଦକ୍ଷିଣ ଆଫ୍ରିକା

ଇନ୍ଦୋର: ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ୪୯ ରନରେ ଭାରତକୁ ପରାସ୍ତ କରିଛି । ପ୍ରଥମ ଓ ଦ୍ବିତୀୟ ମ୍ୟାଚରେ ବିଜୟୀ ହୋଇ ସିରିଜ ଜିତିଥିବା ଭାରତ ଶେଷ ମ୍ୟାଚରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୩ ଓ୍ଵିକେଟ୍ ହରାଇ ୨୨୭ ରନ କରିଥିଲା। ଜିତିବା ପାଇଁ…

୪୫ ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ ଖାଲକୁ ଖସି ପଡ଼ିଲା

ଡେରାଡୁନ: ଉତ୍ତରାଖଣ୍ଡରେ ବସ୍ ଦୁର୍ଘଟଣା । ପୌରୀ ଜିଲ୍ଲାରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାର ଶିକାର ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ୪୫ ଜଣଙ୍କୁ ନେଇ ବସଟି ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଭୀର ଖାଇ ଭିତରକୁ ଖସିପଡିବାରୁ ଦୁର୍ଘଟଣା ଘଟିଛି। ୩୫ ଜଣ ଯାତ୍ରୀଙ୍କୁ ଖୋଜା…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ଅଭିଷେକଙ୍କ ନେତୃତ୍ୱରେ ଓଡିଶା ଦଳ ଘୋଷିତ, ୪ ନୂଆ ମୁହଁ

ଭୁବନେଶ୍ୱର: ସୟେଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ମଙ୍ଗଳବାର ଅଭିଷେକ ରାଉତଙ୍କ ନେତୃତ୍ୱରେ ଓଡିଶା ଦଳ ଘୋଷଣା କରାଯାଇଛି । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଘୋଷଣା କରାଯାଇଥିବା ଏହି ଦଳରେ ୪ ନୂଆ ମୁହଁକୁ ମଧ୍ୟ ସୁଯୋଗ ମିଳିଛି । ଲକ୍ଷ୍ନୌରେ ଅକ୍ଟୋବର ୧୧ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ ।…

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୟୁକ୍ରେନର ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ସହ କଥା ହୋଇ ୟୁକ୍ରେନରେ ଚାଲିଥିବା ବିବାଦ ଉପରେ ଆଲୋଚନା କରିଛନ୍ତି। ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବା ସହ ସମସ୍ତ ରାଷ୍ଟ୍ରର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତାକୁ ମଧ୍ୟ…

ପାକିସ୍ତାନ ପାଇଁ ଆମେରିକାର ଦୋମୁହାଁ ନୀତି

ଓ୍ବାଶିଂଟନ: ଆମେରିକା ଗସ୍ତରେ ଅଛନ୍ତି ପାକିସ୍ତାନ ସେନା ମୁଖ୍ୟ ଜେନରାଲ କମର ବାଜଓ୍ବା । ଆମେରିକା ସେନା ମୁଖ୍ୟଙ୍କ ଅଷ୍ଟିନଙ୍କ ସହ ଆଲୋଚନା କରିବେ ବାଜଓ୍ବା । ଦୁଇ ଦେଶ ମଧ୍ୟରେ ସେନା ସହଯୋଗ ବୃଦ୍ଧି ପାଇଁ ଏହି ଆଲୋଚନା ହେବା କୁହାଯାଇଛି । ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ…

‘ଭୋଟ୍ ହାତେଇବାକୁ ଯାଇ ଲୋକଙ୍କୁ ମିଛ ପ୍ରତିଶ୍ରୁତି ନଦେବା ଉଚିତ’

ନୂଆଦିଲ୍ଲୀ: ମାଗଣା ଯୋଜନାକୁ ନେଇ ଦେଶରେ ରାଜନୈତିକ ବିତର୍କ ଜାରି ରହିଛି। ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ପରସ୍ପର ବିରୋଧରେ ଟିକା ଟିପ୍ପଣୀ କରୁଛନ୍ତି। ଏହି ସମୟରେ ନିର୍ବାଚନ କମିଶନ ରାଜନୈତିକ ଦଳଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ନିର୍ବାଚନ ବେଳେ ଭୋଟ୍ ହାତେଇବାକୁ ଯାଇ…

ସିବିଆଇର ‘ଅପରେସନ ଚକ୍ର’, ଦେଶରେ ୧୦୦ରୁ ଅଧିକ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ: ମଙ୍ଗଳବାର ସାରା ଦେଶରେ ସିବିଆଇ ଚଢ଼ାଉ କରିଛି। ଦେଶର ୧୦୫ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି। ସାଇବର ଅପରାଧ ରୋକିବାକୁ ଏହି ରେଡ୍ ହୋଇଛି। ବିଭିନ୍ନ ରାଜ୍ୟର ପୋଲିସ ସହାୟତାରେ ସିବିଆଇ ଏହି ଚଢାଉ କରିଛି। ଦିଲ୍ଲୀ ସମେତ ରାଜସ୍ଥାନ, ଆଣ୍ଡାମାନ, ପଞ୍ଜାବ, ଚଣ୍ଡିଗଡ଼ରେ ଏହି…

ମଦ ସହିତ ଗୋଟା କୁକୁଡା ବାଣ୍ଟିଲେ ନେତା

ହାଇଦ୍ରାବାଦ: ତେଲେଙ୍ଗାନାର ଶାସକ ଦଳ ଟିଆରଏସର ନେତା ମଦ ସହିତ ଜୀଅନ୍ତା ଗୋଟା କୁକୁଡା ଲୋକଙ୍କୁ ବାଣ୍ଟିଛନ୍ତି। ରାଜନାଲା ଶ୍ରୀହରି ମଦ ବୋତଲ ଏବଂ ଚିକେନ୍ ଲୋକଙ୍କୁ ବାଣ୍ଟୁଥିବାର ନଜିର ଆସିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ରାଜନାଲା ଶ୍ରୀହରି…

ହିଜବୁଲର ସୌକତ ଶେଖକୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରେ ଆତଙ୍କବାଦୀ ହିଂସାରେ ଜଡ଼ିତ ଥିବାରୁ ଆତଙ୍କବାଦୀ ସଂଗଠନ ହିଜବ-ଉଲ-ମୁଜାହିଦ୍ଦିନର ସୌକତ ଅହମ୍ମଦ ଶେଖକୁ ଆତଙ୍କବାଦୀ ଘୋଷଣା କରିଛି କେନ୍ଦ୍ର ସରକାର ।  ୟୁଏପିଏ ,ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ, ୧୯୬୭ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛନ୍ତି କେନ୍ଦ୍ର…