Latest Odisha News

BREAKING NEWS

Yearly Archives

2023

ରାଷ୍ଟ୍ରପତିଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ୫ ରାଷ୍ଟ୍ରର ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ୫ ରାଷ୍ଟ୍ରର ରାଷ୍ଟ୍ରଦୂତ। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚାଡ୍, ବୁରୁଣ୍ଡି, ଫିନଲ୍ୟାଣ୍ଡ, ଆଙ୍ଗୋଲା ଏବଂ ଇଥିଓପିଆର ରାଷ୍ଟ୍ରଦୂତଙ୍କଠାରୁ…

ବିସ୍ଫୋରଣ ଉଦ୍ୟମ ପଣ୍ଡ: ୫ ସନ୍ଦିଗ୍ଧ ଆତଙ୍କୀ ଗିରଫ

ବେଙ୍ଗାଲୁରୁ: ଏକ ବଡ଼ ଧରଣର ବିସ୍ଫୋରଣ ଉଦ୍ୟମକୁ ପଣ୍ଡ କଲା ସିସିବି। ଗୁଇନ୍ଦା ସୂତ୍ରରୁ ଖବର ପାଇ କର୍ଣ୍ଣାଟକରୁ ୫ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କଲା ସେଣ୍ଟ୍ରାଲ କ୍ରାଇମ୍‌ବ୍ରାଞ୍ଚ। ବେଙ୍ଗାଳୁରୁରେ ସିରିଜ୍‌ ବିସ୍ଫୋରଣ ପାଇଁ କରୁଥିଲେ ଯୋଜନା। ଏହି ଘଟଣାରେ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ,…

ଟିଟୋ ସହଯୋଗୀ ଜିଲ୍ଲା ବିଜେଡି ଉପସଭାପତି, ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଲେ ସମ୍ବିତ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି ଭାବେ ଗ୍ଯାଙ୍ଗଷ୍ଟର ଟିଟୋର ସହଯୋଗୀ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁଙ୍କୁ ନିଯୁକ୍ତି ପରେ ବିବାଦ ଉପୁଜିଛି । ବାପୁ ପରିଡ଼ା ନାଁ କିଏ ଦେଲା ? ତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ସରକାରୀ ମୁଖ୍ୟ…

ସର୍ବଗିଳାଙ୍କ ଲୀଳା

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଗିରିଆ ଗରଗର ହେଇ ଗୁଡ଼ାଏ ଗାଳିଦେଉଛି । ଗାଁ ଗାଁ ସହର ସହର ବୁଲି ଗର୍ଜନକରି କାନ ଫଟାଉଛି ।ଅଣ୍ଟାରେ ଗାମୁଛା ଭିଡୁଛି । ଝୁଲିପଡ଼ିଥିବା- ନିଶକୁ ମୋଡ଼ି ଖଡା କରାଉଛି । ସମ-ଧର୍ମୀ ଭାଇ ବିରାଦରିଙ୍କୁ ଏକାଠି କରି କହୁଛି.... ଆହେ! ଦେଖ ହୋ.. ଇଏ ଭଲଲୋକ ନୁହଁ…

ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ନୋଟିସ୍ ଜାରି କଲେ ଏନଜିଟି

କୋରାପୁଟ: ଓଡ଼ିଶାର ଉଚ୍ଚତମ ପର୍ବତ ଶୃଙ୍ଗ ଦେଓମାଳିକୁ ନେଇ ରାଜ୍ୟ ସରକାରଙ୍କୁ ଏନଜିଟିଙ୍କ ନୋଟିସ୍ । ଦେଓମାଳି ଶିଖରରେ କଟେଜ୍ ନିର୍ମାଣକୁ ନେଇ ଏନଜିଟି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । କଟକର ୱାଇଲ୍ଡଲାଇଫ୍ ସୋସାଇଟି ଅଫ୍ ଇଣ୍ଡିଆ ପକ୍ଷରୁ ଏନଜିଟିରେ ମାମଲା ହୋଇଥିଲା ।…

ନଦୀ କୂଳରେ ଟ୍ରାନ୍ସଫର୍ମର ବିସ୍ଫୋରଣ, ୪ ପୋଲିସ କର୍ମଚାରୀଙ୍କ ସହ ୧୫ ମୃତ

ଚାମୋଲି: ନମାମି ଗଙ୍ଗେ ପ୍ରକଳ୍ପ ଅଞ୍ଚଳରେ ବଡ଼ ଧରଣର ଅଘଟଣ ଘଟିଛି । ଅଳକନନ୍ଦା ନଦୀ କୂଳରେ ଟ୍ରାନ୍ସଫର୍ମର ବିସ୍ଫୋରଣରେ ୪ ପୋଲିସ କର୍ମଚାରୀଙ୍କ ସହ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ବୁଧବାର ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅଳକନନ୍ଦା ନଦୀ କୂଳରେ ଘଟିଛି ଏ ବଡ଼ ଅଘଟଣ । ଗତକିଛି ଦିନ ଧରି…

ଶରୀର ଭିତରେ ଛୋଟ ରୋବୋଟ ଖୋଜିବ ରୋଗ

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନରେ ଦିନକୁ ଦିନ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ଏହା ଦ୍ୱାରା ଅନେକ ଅସାଧ୍ୟ ରୋଗ ଭଲ ହୋଇପାରୁଛି । ଏବେ ବ୍ରିଟେନ ଓ ଜାପାନର ବୈଜ୍ଞାନିକମାନେ ନ୍ୟାନୋ ରୋବୋଟ ପ୍ରସ୍ତୁତି କରିଛନ୍ତି । ଏହି ଛୋଟ ଛୋଟ ରୋବୋଟକ ୁ ଶରୀର ମଧ୍ୟରେ…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଚାରିଆଡ଼େ ବର୍ଷାର ତାଣ୍ଡବ। ଆଜି ସକାଳଠାରୁ ରାଜଧାନୀରେ ସମେତ ଉପକୂଳ ଓଡିଶା ତଥା ପାର୍ଶ୍ୟବର୍ତ୍ତୀ ଅଞ୍ଚଳରେ ଝିପିଝିପି ବର୍ଷା ଲାଗିରହିଛି। ଆଗାମୀ ୩ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।…

କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ତୃତୀୟ ପର୍ଯ୍ୟାୟରେ ମିଳିବ ୫୬ କୋଟି ଟଙ୍କାର ବୋନସ୍‌ ଓ…

ଭୁବନେଶ୍ୱର: ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା ଦ୍ୱାରା ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ। ଏହି ବୋନସ୍‌ ଓ…

ଆଳିରେ ଶିଆଳ ଆତଙ୍କ: ୨୭ ଜଣ ଆକ୍ରମଣର ଶିକାର, ଲୋକେ ଭୟଭୀତ

କେନ୍ଦ୍ରାପଡ଼ା: ଘରେ ଘରେ ପଶି ଲୋକଙ୍କୁ କାମୁଡି ମାଂସ ଖାଇଉଛି ଶିଆଳ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ରକ୍ତ ପିପାସୁ ଶିଆଳ। ସ୍ଥାନୀୟରେ କୋକୁଆ ଭୟ ସୃଷ୍ଟି କରୁଛି ଶିଆଳ। ସାନ୍ଧ୍ୟ ହେଲେ ଗାଁରେ ପଡୁଛି ତାଟି କବାଟ। ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି।…