Latest Odisha News

BREAKING NEWS

Yearly Archives

2024

ଋଷ ପରେ ଅଷ୍ଟ୍ରିଆ ଗସ୍ତରେ ମୋଦୀ, ୪୦ ବର୍ଷ ମଧ୍ୟରେ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଅଷ୍ଟ୍ରିଆ ଗସ୍ତ

ନୂଆଦିଲ୍ଲୀ: ଦୁଇ ଦିନିଆ ଋଷରେ ସରକାରୀ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ପହଞ୍ଚିଛନ୍ତି। ପ୍ରାୟ ୪୦ ବର୍ଷ ପରେ, ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ଗସ୍ତ କରିଛନ୍ତି, ଯାହାକୁ ଅନେକ କ୍ଷେତ୍ରରେ ସ୍ୱତନ୍ତ୍ର ବିବେଚନା କରାଯାଉଛି।…

ଆଜି ୭ ରାଜ୍ୟ ୧୩ ବିଧାନସଭାରେ ଚାଲିଛି ଉପନିର୍ବାଚନ

ନୂଆଦିଲ୍ଲୀ: ଆଜି ଦେଶର ୭ଟି ରାଜ୍ୟରେ ୧୩ଟି ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ଉପ-ନିର୍ବାଚନରେ ​​ବିହାରରୁ ହିମାଚଳ ପର୍ଯ୍ୟନ୍ତ ଅନେକ ବଡବଡିଆ ନେତାଙ୍କ ପୁଣି ଭାଗ୍ୟ ପରୀକ୍ଷା ହେଉଛି। ଏହି ମତଦାନ…

ଭୟଙ୍କର ଦୁର୍ଘଟଣା: ବସ୍‌କୁ ଧକ୍କାଦେଲା ଟ୍ୟାଙ୍କର, ୧୮ ମୃତ ଓ ୩୦ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବସ୍‌ ଦୁର୍ଘଟଣାରେ ୧୮ ଯାତ୍ରୀଙ୍କ ମୃତ୍ୟୁ। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ବସ୍‌କୁ ଧକ୍କାଦେଲା ଟ୍ୟାଙ୍କର। ଭୟଙ୍କର ଦୁର୍ଘଟଣାରେ ୩୦ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରିବା ପରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।…

ସଞ୍ଜୁରାଣୀ ମିଶ୍ରଙ୍କ ପୁସ୍ତକ ‘ସ୍ମୃତି ଖିଏ’ ଲୋକାର୍ପିତ

ଭୁବନେଶ୍ବର : ପବିତ୍ର ରଥଯାତ୍ରା ଅବସରରେ ଅବସର ପ୍ରାପ୍ତ ଅଧ୍ୟାପିକା ସଞ୍ଜୁରାଣୀ ମିଶ୍ରଙ୍କ ପ୍ରଥମ କ୍ଷୁଦ୍ର ଗଳ୍ପ ସଙ୍କଳନ ସ୍ମୃତି ଖିଏ ଲୋକାର୍ପିତ ହୋଇଯାଇଛି । ଏହି ସଙ୍କଳନର ପ୍ରଥମ ଭାଗରେ ରହିଛି ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ନ ଅନୁଭୂତି ଉପରେ ପର୍ଯ୍ୟବେଷିତ ୨୨ ଟି କ୍ଷୁଦ୍ରଗଳ୍ପ…

ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟାକରି ଫିଙ୍ଗିଦେଇଥିବା ସନ୍ଦେହ

ବରଗଡ: ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ବରଗଡ ଜିଲ୍ଲା ପାଇକମାଳ ଥାନା ମାଣ୍ଡୋସିଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାଁ ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ମାଣ୍ଡୋସିଲି ଗାଁର ହୋଇଥିବା ସୂଚନା ମିଳିଛି।…

କାନବେରାରେ ରଥଯାତ୍ରା

ଭୁବନେଶ୍ୱର : ଅଷ୍ଟ୍ରେଲିଆର ରାଜଧାନୀ କାନବେରାଠାରେ ଶ୍ରୀ ଜଗନ୍ନାଥଙ୍କର ଚତୁର୍ଦ୍ଦଶତମ ପବିତ୍ର ରଥଯାତ୍ରା ପର୍ବ ଭକ୍ତିପୂତ ବାତାବରଣ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳନ କରାଯାଇଛି। ଏହି ମହୋତ୍ସବ ଉପଲକ୍ଷେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ କରୁଥିବା ହିନ୍ଦୁ ମନ୍ଦିର ଓ ସଂସ୍କୃତିକ…

ବେଙ୍ଗାଲୁରୁର ଆଗରା ଜଗନ୍ନାଥ ମନ୍ଦିରର ରଥଯାତ୍ରା

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଆଗରାଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ଭକ୍ତିପୂତ ପରିବେଶ ମଧ୍ୟରେ ପବିତ୍ର ରଥଯାତ୍ରା ପର୍ବ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ମନ୍ଦିର ସାମ୍ନାର ଥିବା ସୁନ୍ଦର ସୁଶୋଭିତ ୨୮ ଫୁଟ ଉଚ୍ଚତା ବିଶିଷ୍ଟ ରଥ ଉପରକୁ ଠାକୁରମାନଙ୍କୁ ଭକ୍ତମାନଙ୍କ ଦ୍ୱାରା ଭଜନ,…

ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ରଥଯାତ୍ରା

ଭୁବନେଶ୍ୱର : ବିଦେଶ ମାଟିରେ ରଥଯାତ୍ରା। ଇଂଲଣ୍ଡର ତୃତୀୟ ବୃତତ୍ତମ ମହାନଗର ମାଞ୍ଚେଷ୍ଟରଠାରେ ଚତୁର୍ଥ ରଥଯାତ୍ରା ଉତ୍ସବ ମହାସମାରୋହରେ ନର୍ଥୱେଷ୍ଟ ଓଡ଼ିଶା ସୋସାଇଟି ଦ୍ୱାରା ଆୟୋଜିତ ଚଳିତବର୍ଷର ରଥଯାତ୍ରାରେ ୫୦୦ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତଗଣଙ୍କର ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା।ଏହି…

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି; ଆଡ଼ପ ଦର୍ଶନ ସହ ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା

ପୁରୀ: ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି। ଆଜି ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି କୋଟି ପୂଣ୍ୟ ଅର୍ଜିବେ ଶ୍ରଦ୍ଧାଳୁ । ଆଡ଼ପ ଦର୍ଶନ ସହ ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା। ଆଡ଼ପ ଅବଢ଼ା ପାଇ କୃତ୍ୟ କୃତ୍ୟ ହେବେ ଅଗଣିତ ଜଗନ୍ନାଥ ପ୍ରେମୀ । ଶ୍ରୀଗୁଣ୍ଡିଚା ମନ୍ଦିର…

ହାଇୱାକୁ ଧକ୍କା ଦେଲା ସ୍କୋର୍ପିଓ: ଦୁର୍ଘଟଣାରେ ପରିବାରର ୩ ମୃତ, ପୂର୍ବତନ ସରପଞ୍ଚଙ୍କ ସମେତ ୨ ଗୁରୁତର

କୋଇଡ଼ା: ସ୍କୋର୍ପିଓକୁ ଧକ୍କାଦେଲା ହାଇୱା। ଦୁର୍ଘଟଣାରେ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ା ଜିଲ୍ଲା କୋଇଡା ଥାନା ରେଙ୍ଗାଲବେଢ଼ା ଛକ ନିକଟ ଜାତୀୟ ରାଜପଥ ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ଗତକାଲି…