Latest Odisha News

BREAKING NEWS

Yearly Archives

2024

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ଚାଲିଛି ପ୍ରସ୍ତୁତି…

ପୁରୀ: ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହା ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ । ସେହି ଦିନ ଠାରୁ ଅଣସର ଘରେ ଶ୍ରୀଜିଉଙ୍କ ଚାଲିଛି ଉପଚାର । ଆଜି ଅନବସରର ପଞ୍ଚମୀ ତିଥି। ଜ୍ୱରରେ ପୀଡ଼ିତ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଆଜି ଲାଗି ହୋଇଛି ଫୁଲୁରୀ…

ଆଖି ବୁଜିଲା ୧୮ ବର୍ଷୀୟ ବାଘୁଣୀ ସାରା

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅସୁସ୍ଥ ବାଘୁଣୀ 'ସାରା'ର ମୃତ୍ୟୁ । ୧୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ବାଘ ସାରା। ଏପ୍ରିଲ ୧୮, ୨୦୦୬ ମସିହାରେ ବାନ୍ଧବଗଡ଼ରୁ ନନ୍ଦନକାନନ ଆସିଥିଲା 'ସାରା' । ସୂଚନା ଅନୁଯାୟୀ, ଆଜି ଭୋର ୪ଟା ୪୨ ସମୟରେ ବାଘ ସଫାରୀରେ ୩୩…

ନେପାଳରେ ଭୟଙ୍କର ଭୂସ୍ଖଳନ, ଗଲାଣି ୧୪ ଜୀବନ

କାଠମାଣ୍ଡୁ: ଭୂକମ୍ପ ହେଉ କିମ୍ବା ବର୍ଷା କି ସୁନାମି ଏହାର ପ୍ରଭାବରେ ସବୁବେଳେ ନେପାଳ କ୍ଷତିଗ୍ରସ୍ତ ହୋଇଥାଏ । ଏଥର ମଧ୍ୟ ନେପାଳରେ ବର୍ଷା ହେତୁ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ବଜ୍ରପାତ ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଶହ ଶହ ଲୋକଙ୍କ ଘର…

ସଂସଦରେ ମହାମହିମଙ୍କ ଅଭିଭାଷଣ, କହିଲେ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ମିଳିବ ଅଧିକ ପ୍ରାଧାନ୍ୟ

ନୁଆଦିଲ୍ଲୀ: ସଂସଦର ମିଳିତ ଅଧିବେଶନକୁ ଗୁରୁବାର ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକସଭା ଏବଂ ୨୬୪ ତମ ରାଜ୍ୟସଭାର ମିଳିତ ଅଧିବେଶନରେ ଆଜି ନିଜର ଅଭିଭାଷଣ ରଖିଛନ୍ତି ମହାମହିମ । ୧୦ ବର୍ଷର ସଫଳତା, ନୂଆ ସରକାରର ନୀତି, ଯୋଜନା ଏବଂ ଆଗାମୀ ରୋଡ ମ୍ୟାପ…

ଓଡ଼ିଶାରେ ହେବନି ମଦ ବ୍ୟାନ୍‌, ସ୍ପଷ୍ଟୀକରଣ ରଖିଲା ଅବକାରୀ ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ମଦ ବିକ୍ରି ବନ୍ଦ ହେବା ନେଇ ସରକାର ଯୋଜନା କରୁଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୁଧବାର ଗଣମାଧ୍ୟମକୁ କହିଥିଲେ । ହେଲେ ଏହାକୁ ଆଜି ଖଣ୍ଡନ କରିଛନ୍ତି ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ । ରାଜ୍ୟର ନୂଆ ସରକାରଙ୍କ ଏନେଇ…

ପେପର ଲିକ୍ ଘଟଣାରେ ଦୋଷୀ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ଗୁରୁବାର ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏନଇଇଟି ପେପର ଲିକ୍ ଘଟଣା କଥା ଉଲ୍ଲେଖ କରିଛନ୍ତି। ନିଜ ଉଦବୋଧନ ଜରିଆରେ ସରକାରଙ୍କ ଆଭିମୁଖ୍ୟ ଦୋହରାଇଛନ୍ତି ମହାମହିମ । ଏହି ଘଟଣାରେ ସମ୍ପୃକ୍ତ କୌଣସି ଅପରାଧୀଙ୍କୁ ଛଡ଼ାଯିବ ନାହିଁ ଏବଂ…

ଲୁଟେରାଙ୍କୁ କରାଯିବ ସାବାଡ୍, ଚାଲିଛି କଡା ଚେକିଂ

ଭୁବନେଶ୍ବର: ରାଜଧାନୀରେ ପୁରା ଆକ୍ସନ ମୋଡରେ କମିସନରେଟ ପୋଲିସ୍ । ବିଭିନ୍ନ ଥାନା ଅଞ୍ଚଳ ପରିସର ଭୁକ୍ତ ଥିବା ହୋଟେଲ ଓ ଲଜରେ ଚାଲିଛି ଜୋରଦାର ଛାନଭିନ୍ । ଗତକାଲି ବିଳମ୍ବିତ ରାତିରେ କିଛି ଏମିତି ମିଶନ ଆରମ୍ଭ କରିଦେଇଛନ୍ତି କମିଶନରେଟ ପୋଲିସ୍ । ବାହାରୁ ଆସି ରାଜଧାନୀରେ ଡେରା…

‘ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅରବିନ୍ଦ କେଜ୍ରିଓ୍ଵାଲ’

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ଅପରାଧିକ ଷଡ଼ଯନ୍ତ୍ରର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅରବିନ୍ଦ କେଜ୍ରିଓ୍ଵାଲ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ସ୍ୱତନ୍ତ୍ର ଅଦାଲତକୁ ଏହା କହିଛି। କେଜ୍ରିୱାଲଙ୍କୁ ରିମାଣ୍ଡରେ ନେବା ପାଇଁ ସିବିଆଇ ମାର୍ଚ୍ଚ ମାସରେ…

ଲୋକ ପାଇଲଟ୍ ଅପହରଣ ଓ ଚୋରି ଘଟଣାରେ ତିନି ଅଭିଯୁକ୍ତ ଗିରଫ

ରାଉରକେଲା: ଦକ୍ଷିଣ ପୂର୍ବ ରେଳପଥର ଲୋକୋ ପାଇଲଟ୍ ନିହାର ସରକାରଙ୍କୁ ଅପହରଣ ଘଟଣାରେ ତିନି ଗିରଫ। ଗିରଫ ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳର ସଂଗ୍ରାମ କେଶରୀ ପଟ୍ଟନାୟକ ଓରଫ ସୋନୁ (୨୭), ସ୍ମୃତି ରଞ୍ଜନ ପାଇକରାୟ ଓରଫ ବୁବୁ (୩୫) ଓ ସତ୍ୟ ପ୍ରକାଶ ପ୍ରଧାନ ଓରଫ ବଣ୍ଟି…

ଟି୨୦ ବିଶ୍ୱକପ ଦ୍ୱିତୀୟ ସେମିଫାଇନାଲ : ପ୍ରତିଶୋଧ ଲକ୍ଷ୍ୟରେ ଭାରତ

ଗୁୟାନା: ବର୍ଷା ଆଶଙ୍କା ମଧ୍ୟରେ ୨୦୦୭ ଉଦଘାଟନୀ ସଂସ୍କରଣର ଚାମ୍ପିଅନ ଭାରତ ଓ ଦୁଇ ଥରର ବିଜେତା ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚଳିତ ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ । ଗୁୟାନାରେ ଖେଳାଯିବ ମ୍ୟାଚ୍ । ଯଦି ବର୍ଷା ବାଧକ ସାଜେ, ତାହା ହେଲେ ଏହି ମ୍ୟାଚ୍ ପାଇଁ ରିଜର୍ଭ ଡେ’ ନାହିଁ ।…