Latest Odisha News

BREAKING NEWS

Yearly Archives

2025

ଆତଙ୍କୀ ହେବେ ନିପାତ; ଜମ୍ମୁ-କଶ୍ମୀରରେ ମୁତୟନ ହେବେ କୋବ୍ରା କମାଣ୍ଡୋ

ଶ୍ରୀନଗର: ଜମ୍ମୁ ଏବଂ କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନକୁ 'ଅପରେସନ୍ ଅଲ୍ ଆଉଟ୍'କୁ ସୁଦୃଢ଼ ​​କରିବା ପାଇଁ ସିଆରପିଏଫ୍ ୧୧ତମ କୋବ୍ରା କମାଣ୍ଡୋ ବାଟାଲିୟନକୁ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ଗୃହ ମନ୍ତ୍ରଣାଳୟ ସୂତ୍ର ଅନୁସାରେ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀର ଏହି…

ଉନ୍ନତିକରଣ କାର୍ଯ୍ୟ ପାଇଁ ଏସବୁ ଟ୍ରେନ ବାତିଲ

ଭୁବନେଶ୍ୱର: ସୁରକ୍ଷା ବୃଦ୍ଧି କରିବା ଏବଂ ରେଳଟ୍ରାକ ଗୁଡ଼ିକୁ ଅଧିକ ଉନ୍ନତମାନର ବନାଇବା ପାଇଁ ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ଡିଭିଜନ ଆସନ୍ତା ଏପ୍ରିଲ ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ରାଉରକେଲା ଏବଂ ବନ୍ଧମୁଣ୍ଡା ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ କରିବ।…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ

ନୂଆଦିଲ୍ଲୀ: ୪ ଦିନିଆ ଭାରତ ଗସ୍ତରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ । ପତ୍ନୀ ଉଷା ଓ ୩ ସନ୍ତାନଙ୍କ ସହ ଭାରତ ଆସି ପହଞ୍ଚିଛନ୍ତି । ସୋମବାର ଦିନ ସେ ଦିଲ୍ଲୀର ଅକ୍ଷରଧାମ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ । ଏହା ପରେ ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଏହି ଦିନ ପରଦାକୁ ଆସିବ ‘ମର୍ଦାନୀ’ ୩

ମୁମ୍ବାଇ: ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଫିଲ୍ମ 'ମର୍ଦାନୀ ୩' କୁ ଅପେକ୍ଷା କରି ବସିଛନ୍ତି ଫ୍ୟାନ୍ସ। ଏହି ଫିଲ୍ମର ପୂର୍ବ ଦୁଇଟି ଭାଗ କୁ ଲୋକ ମାନେ ଖୁବ୍ ପସନ୍ଦ କରିଥିଲେ ଓ ଏହା ବକ୍ସ ଅଫିସ ରେ ମଧ୍ୟ ରେକର୍ଡ ଭାଙ୍ଗିଥିଲା। ତେବେ ବର୍ତ୍ତମାନ ଏହି ଫିଲ୍ମର ପାର୍ଟ ୩ର ରିଲିଜ ତାରିଖ…

ଜେଇଇ ମେନରେ କିସ ଓ ସାଇର ଛାତ୍ରଛାତ୍ରୀ କୃତକାର୍ଯ୍ୟ

ଭୁବନେଶ୍ୱର: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଆଜି ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। ତଦନୁଯାୟୀ, ଭୁବନେଶ୍ୱରର ବାସିନ୍ଦା ଓମ୍ ପ୍ରକାଶ ବେହେରା ୩୦୦/୩୦୦ ସ୍କୋର କରିଥିବା ୨୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସାମିଲ ରହିଛନ୍ତି। ସେ ରାଜସ୍ଥାନର କୋଟାରେ ପ୍ରିପାରେସନ…

ରାଜସ୍ଥାନ-ଲକ୍ଷ୍ନୌ ମ୍ୟାଚ ଫିକ୍ସ ହୋଇଛି ବୋଲି ଅଭିଯୋଗ ଆଣିଲେ ଜୟଦୀପ

ଜୟପୁର: ଆଇପିଏଲ ୨୦୨୫ରେ ଏବେ ପ୍ଲେ ଅଫ ପ୍ରବେଶ ପାଇଁ ସମସ୍ତ ଟିମ ଜୋରସୋରରେ ଉଦ୍ୟମ ଜାରୀ ରଖିଛନ୍ତି । ଏହା ମଧ୍ୟରେ ଏପ୍ରିଲ ୧୯ରେ ଜୟପୁରର ଏସଏମଏସ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ରାଜସ୍ଥାନ ପରାଜିତ ହୋଇଥିଲା…

୨ ଦିନିଆ ସାଉଦି ଆରବ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ଏପ୍ରିଲ ୨୨ ଏବଂ ୨୩ ତାରିଖରେ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ, ପ୍ରଧାନମନ୍ତ୍ରୀ ଜେଦ୍ଦାରେ ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ମୁଖ୍ୟ କାର୍ଯ୍ୟକ୍ରମ…

ପବ୍ଲିକ ଆଡମିନିଷ୍ଟ୍ରେସନରେ ଅତୁଳନୀୟ ଅବଦାନ ଯୋଗୁ କୋରାପୁଟ ଜିଲ୍ଲାପାଳ ପ୍ରଶଂସିତ 

ନୂଆଦିଲ୍ଲୀ: କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ସୋମବାର ଦିନ ପବ୍ଲିକ ଆଡମିନିଷ୍ଟ୍ରେସନରେ ତାଙ୍କର ଅତୁଳନୀୟ ଯୋଗଦାନ ଓ କାର୍ଯ୍ୟ ଯୋଗୁଁ ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରସ୍କାର ପ୍ରଦାନ କରିଛନ୍ତି। ଜିଲ୍ଲାଗୁଡ଼ିକର ହେଉଥିବା ସାମଗ୍ରିକ ବିକାଶ ବର୍ଗକୁ…

ତାଳଚେର ‘ରାଜା’ ରାଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନଙ୍କ ଦେହାନ୍ତ

ତାଳଚେର: ପୂର୍ବତନ ତାଳଚେର ରାଜପରିବାରର ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନଙ୍କ ସୋମବାର ଦିନ ୭୪ ବର୍ଷ ବୟସରେ ପରଲୋକ ଘଟିଛି। ଛତିଶଗଡ଼ର ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାଜେନ୍ଦ୍ର ଚନ୍ଦ୍ର ଦେବଙ୍କୁ ୧୯୯୬…

ପ୍ରେସର ବୋମା ବିସ୍ଫୋରଣରେ ଯବାନ ସହିଦ, ସେପଟେ ଏନକାଉଣ୍ଟରରେ ଟଳିଲେ ୨ ଦୁର୍ଦ୍ଦାନ୍ତ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି । ଜିଲ୍ଲାର ତୋୟନାର ଥାନା ଅନ୍ତର୍ଗତ ମୋରମେଡ ଜଙ୍ଗଲରେ ଆଜି ସକାଳେ ପ୍ରେସର ବୋମା ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନ ଜଣକ ହେଲେ ସିଏଏଫ ଯବାନ ମନୋଜ…