Latest Odisha News

BREAKING NEWS

Yearly Archives

2026

Prisoner Escapes From Hospital:ଧରାପଡିଲା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଫେରାର କଏଦୀ;ପରିସ୍ରା ଯିବା ବାହାନାରେ…

ସୁନ୍ଦରଗଡ଼:୨୫ ତାରିଖ ରାତିରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଫେରାର ହୋଇଥିଲେ ବିଚାରାଧୀନ  କଏଦୀ ଟେକଚାନ୍ଦ ବେହେରା (୩୩) । ଆଜି ଅପରାହ୍‌ଣରେ ସେ ପୋଲିସ ହାତରେ ଧରା ପଡିଛନ୍ତି । ଆଜି ସଦରଥାନା ଅଞ୍ଚଳରୁ ତାକୁ ଗିରଫ କରାଯାଇଛି। ସୂଚନାଥାଉକି, ନିଜର ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗରେ…

ଚାଷୀଙ୍କୁ ବଡ଼ ଆଶ୍ବସ୍ତି, ବଢ଼ିଲା ଧାନ ପଞ୍ଜିକରଣ ଅବଧି

ଭୁବନେଶ୍ୱର: ଚାଷୀମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି। ସରକାର ଧାନ କ୍ରୟ ପାଇଁ ପଞ୍ଜୀକରଣର ଶେଷ ତାରିଖକୁ ଆଉ ୭ ଦିନ ବୃଦ୍ଧି କରିଛନ୍ତି। ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି ଯେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ଧାନ…

ଗାଭାସ୍କରଙ୍କ ମଜାଦାର ପ୍ରସ୍ତାବ : ଟେଷ୍ଟ କ୍ରିକେଟରେ ନୋ ବଲ ଜରିମାନା ଅର୍ଥରେ ଭୋଜି କର

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ନୋ ବଲ ସଂଖ୍ୟା ବୃଦ୍ଧି ପାଇବା ପୂର୍ବତନ କ୍ରିକେଟରଙ୍କୁ ଚିନ୍ତାରେ ପକାଇଛି । ଏଥିନେଇ ବିଭିନ୍ନ ପ୍ରସ୍ତାବ ମଧ୍ୟ ଦିଆଯାଉଛି । ମହାନ ଖେଳାଳି ସୁନୀଲ ଗାଭାସ୍କର ନୋ ବଲ ଉପରେ ଜରିମାନା ଲଗାଇବାକୁ କହିଛନ୍ତି । ପରେ ଏହି ଅର୍ଥରେ ଉଭୟ ଦଳର ଖେଳାଳିମାନେ…

ତୁକାରାମ ମୁଣ୍ଢେଙ୍କ ଉପରେ ବର୍ଷିଲେ ବମ୍ବେ ହାଇକୋର୍ଟ: ‘ନିଜକୁ କ’ଣ ଭଗବାନ ଭାବୁଛନ୍ତି କି?’

ମୁମ୍ବାଇ: ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ)ର ଆୟୁକ୍ତ ତଥା ଚର୍ଚ୍ଚିତ ଆଇଏଏସ ଅଧିକାରୀ ତୁକାରାମ ମୁଣ୍ଢେଙ୍କ କାର୍ଯ୍ୟଶୈଳୀକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବମ୍ବେ ହାଇକୋର୍ଟ । ସିପ୍ଲା ଫାର୍ମା ଏବଂ ମୁମ୍ବାଇ କ୍ରିକେଟ୍ ଆସୋସିଏସନ (ଏମସିଏ)ର ୫ଟି ରେଷ୍ଟୁରାଣ୍ଟ ଉପରେ…

ବିଜେପି ହାତ ଧରିବାକୁ ଯାଉଛନ୍ତି ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟିର ୯ ବିଧାୟକ, ଦିଲ୍ଲୀରେ ଚାଲିଛି ଆଲୋଚନା

ଶିଲଂ: ମେଘାଳୟ ରାଜନୀତିରେ ଏବେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାର ଆଭାସ ମିଳିଛି । ରାଜ୍ୟର ପ୍ରମୁଖ ଆଞ୍ଚଳିକ ଦଳ 'ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟି' (ୟୁଡିପି)ର ମୋଟ ୧୨ ଜଣ ବିଧାୟକଙ୍କ ମଧ୍ୟରୁ ୯ ଜଣ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ଯଦି…

ବୈତରଣୀରେ ଆସୁଛି ୭ମ ବନ୍ୟା !ଦଶରଥପୁରବାସୀଙ୍କ ବଢିଲା ଚିନ୍ତା,ବିପନ୍ନ ୩୪ ଦିନ ହେବ…

ଦଶରଥପୁର: ଲଘୁଚାପ ପ୍ରଭାବରେ ଗତକାଲି କେନ୍ଦୁଝରରେ ବର୍ଷା ହେବାରୁ ବୈତରଣୀ ନଦୀ ଜଳସ୍ତର ବଢ଼ିବାରେ ଲାଗିଛି । ଆଜି ଦିନ ୧୨ ଟାରେ ଆଖୁଆପଦା ଠାରେ ବୈତରଣୀ ନଦୀ ବିପଦ ସଂକେତ ୧୮. ୩୩ ମିଟର ରହିଥିବାବେଳେ ବର୍ତମାନ ୧୭. ୮୨ ରେ ପହଞ୍ଚିଛି । ଯାହା ଫଳରେ ଦଶରଥପୁର ବ୍ଲକକୁ ଆଉ ଏକ ବନ୍ୟା ମାଡି…

ଶ୍ରୀଲଙ୍କା ହାତରୁ ଗଲା ମହିଳା ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଅଧିକାର 

ନୂଆଦିଲ୍ଲୀ:୨୦୨୭ ମସିହାରେ ଆୟୋଜିତ ହେବାକୁ ଥିବା ଐତିହାସିକ ପ୍ରଥମ ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ଅଧିକାର ଶ୍ରୀଲଙ୍କା ହାତରୁ ଚାଲିଯାଇଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ  ଏବଂ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ମଧ୍ୟରେ ଚାଲିଥିବା ପ୍ରଶାସନିକ ବିବାଦ ଯୋଗୁଁ ଆଇସିସି ଏହି ବଡ଼…

ଆସୁଛି ଆଉ ଏକ ଲଘୁଚାପ; ୩ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ଏବଂ ପ୍ରଣାଳୀର କେନ୍ଦ୍ର ଦେଇ ଏକ ମୌସୁମୀ ଟ୍ରଫ୍ ପ୍ରବାହିତ ହେବା ଯୋଗୁଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଯାହା ଆଗାମୀ ୨୪ ଘଣ୍ଟା ମଧ୍ୟରେ…

ଟିକିଏ ବର୍ଷାରେ ଖୋଲିଗଲା ପୌରପାଳିକାର ପୋଲ୍: ଭଦ୍ରକର ବିଭିନ୍ନ ୱାର୍ଡରେ ପଶିଲା ନର୍ଦ୍ଦମା ପାଣି, ଲୋକେ ଆତଙ୍କିତ

ଭଦ୍ରକ: କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି। ଏହାରି ପ୍ରଭାବରେ ଲଗାଣ ବର୍ଷା ଫେରିବା ସହ ଭଦ୍ରକ ସହରରେ ଆରମ୍ଭ ହୋଇଯାଇଛି ସାଂଘାତିକ ଜଳବନ୍ଦୀ ସମସ୍ୟା। ଅବିଶ୍ରାନ୍ତ ବର୍ଷା କାରଣରୁ ପୁଣି ଥରେ ବୁଡ଼ିଛି ଭଦ୍ରକ ସହର । ସହରର ବିଭିନ୍ନ ତଳିଆ ଅଞ୍ଚଳରେ ଏବେ ଆଣ୍ଠୁଏ…

ପାଲଲହଡ଼ାରେ ଡରାଉଛି ସ୍କ୍ରବ ଟାଇଫସ୍: ଦୁଇ ଦିନରେ ୧୯ ଆକ୍ରାନ୍ତ, ଜଣଙ୍କର ମୃତ୍ୟୁ

ପାଲଲହଡ଼ା: ଅନୁଗୋଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଅଞ୍ଚଳରେ ଏବେ ମାରାତ୍ମକ ସ୍କ୍ରବ ଟାଇଫସ୍ ରୋଗର ଆତଙ୍କ ଦେଖାଦେଇଛି । ବିଶେଷ କରି ସାନବାଗଦରୀ ଗାଁରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଦୁଇ ଦିନ…