Latest Odisha News

ଦିଲ୍ଲୀ ଆଇଆଇଟିରେ ଇଞ୍ଜିନିୟର ଛାତ୍ରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ପୁଣି ଛାତ୍ର ଆତ୍ମହତ୍ୟା । ଏଥରେ କୋଟାରେ ନୁହେଁ ଆଇଆଇଟି ଦିଲ୍ଲୀରେ ।  ଛାତ୍ର ଆତ୍ମହତ୍ୟା ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି । ଜଣେ ୨୧ ବର୍ଷ ବୟସ୍କ ଇଞ୍ଜନିୟରିଂ ଛାତ୍ର ଶୁକ୍ରବାର ସନ୍ଧ୍ୟାରେ ବେକରେ ରଶି ବାନ୍ଧି ଆତ୍ମହତ୍ୟା କରିଛନ୍ତି । ସେ ତାଙ୍କର ହଷ୍ଟେଲ ରୁମରେ କେହି ନ ଥିବାବେଳେ ଏପରି ଚରମ ପଦକ୍ଷେପ ନେଇଛନ୍ତି ।

ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ନାଁ ଅନିଲ କୁମାର । ସେ ଆଇଆଇଟି ଦିଲ୍ଲୀରେ ମାଥମେଟିକ ଓ କମ୍ପ୍ୟୁଟିଂରେ ବିଟେକ କରୁଥିଲେ । ସେ ବିନ୍ଧ୍ୟାଚଳ ହଷ୍ଟଲରେ ରହୁଥିବା ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଅନିଲ କୁମାର ଜୁନ ମାସରେ ହଷ୍ଟେଲ ରୁମ ଛାଡିବା କଥା ।  ହେଲେ କେତେକ ବିଷୟରେ କ୍ୱାଲିଫାଏ କରିପାରି ନ ଥିବାରୁ ଏହାକୁ କ୍ଲିଅର କରିବା ପାଇଁ ଆଉ ୬ ମାସ ଅଧିକ ସମୟ ଦଆ ଯାଇଥିଲା ।

ତାଙ୍କର ରୁମର କବାଟ ଭିତରପଟୁ ବନ୍ଦଥିଲା । ଘଟଣା ଜାଣିବା ପରେ ଅଗ୍ନିଶମ ବାହିନୀ ଆସି କଲେଜ କର୍ତ୍ତୃପକ୍ଷ ଏବଂ ପୋଲିସ ଉପସ୍ଥିତିରେ କବାଟ ଭାଙ୍ଗିଥିଲେ ।

 

 

Leave A Reply

Your email address will not be published.