Latest Odisha News

BREAKING NEWS

ବ୍ରହ୍ମାଣ୍ଡର କୌଣସି ଶକ୍ତି ଜମ୍ମୁ-କଶ୍ମୀରରେ ଧାରା ୩୭୦ ଫେରାଇ ଆଣିପାରିବ ନାହିଁ: ମୋଦି

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ମୋହର ମାରିଛନ୍ତି । ଏହାପରେ ବିରୋଧୀ ଦଳ ସମେତ କଶ୍ମୀରର ଅନେକ ରାଜନୈତିକ ଦଳ ଧାରା ୩୭୦ କୁ ପ୍ରତ୍ୟାହାର ପାଇଁ ଲଢେଇ କରିବୁ ବୋଲି କହିଛନ୍ତି ।

ବିରୋଧୀଙ୍କର ଏହି ମନ୍ତବ୍ୟ ପରେ ବର୍ତ୍ତମାନ ସୁଦ୍ଧା ଚୁପ୍ ଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ଏହି ଘଟଣାରେ ମୁହଁ ଖୋଲିଛନ୍ତି । ମୋଦି କହିଛନ୍ତି ଯେ, ବ୍ରହ୍ମାଣ୍ଡର କୌଣସି ବି ଶକ୍ତି ଜମ୍ମୁ କଶ୍ମୀରରେ ଧାରା ୩୭୦ କୁ ଫେରାଇ ଆଣି ପାରିବ ନାହିଁ । ମୋଦି କହିଛନ୍ତି ଯେ, ସେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ରଦ୍ଦ କରିବାର ନିଷ୍ପତ୍ତିକୁ ବର୍ତ୍ତମାନ ଆମେ ସକରାତ୍ମକ କାର୍ଯ୍ୟ ପାଇଁ ବ୍ୟବହାର କରିବୁ ।

ତେବେ ଡିସେମ୍ବର ୧୧ ତାରିଖରେ ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ନେତୃତ୍ୱରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ୧୯୪୭ ରେ ଜମ୍ମୁ-କଶ୍ମୀର ଭାରତର ଅଙ୍ଗୀଭୂତ ହେବା ପରେ ଏହା ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇଛି ବୋଲି କହିଥିଲେ ।

Leave A Reply

Your email address will not be published.