Latest Odisha News

BREAKING NEWS

ଢେଙ୍କାନାଳରେ ୩୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍

ଢେଙ୍କାନାଳ : ଢେଙ୍କାନାଳରୁ ୩୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ । ଏକ ଘରୋଇ ଆବାସିକ ମହାବିଦ୍ୟାଳୟରୁ ୩୩ଜଣ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଆବାସିକ କଲେଜରେ ପଢ଼ୁଥିବା ୩୩ଜଣ ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ଏଥିପାଇଁ କୁଞ୍ଜକାନ୍ତ ଅଞ୍ଚଳକୁ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

ଗତ ଦୁଇଦିନ ତଳେ କଲେଜର ୪ଜଣ ଛାତ୍ରଛାତ୍ରୀ କରୋନାରେ ପୀଡିତ ହୋଇଥିବା ବେଳେ, ଆଜି ୩୩ ଜଣ ପଜିଟିଭ୍ ଥିବା ରିପୋର୍ଟରୁ ଜଣାପଡିଛି । ପୂର୍ବରୁ ବୁର୍ଲା ଭିମସାରରେ ମୋଟ ୭୪ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ । ଭିମସାରରେ କିଛି ଡାକ୍ତରୀ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ୯ଟି ହଷ୍ଟେଲ ସମେତ ଷ୍ଟାଫଙ୍କ ସରକାରୀ ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ ଓ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.