Latest Odisha News

BREAKING NEWS

ଜେଇଇ ମେନ୍ ପରୀକ୍ଷା ଲାଗି ଓଡିଶାରୁ ୩୩ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର: ଜେଇଇ ମେନ୍ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସୋମବାର ଦିନ ଅନୁଷ୍ଠିତ ହେଉଥିବା ବେଳେ ଓଡିଶାର ପ୍ରାୟ ୩୩ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଯାଉଛନ୍ତି।

ରାଜ୍ୟର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଢେଙ୍କାନାଳ, ରାଉରକେଲା ଓ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର ଆୟୋଜିତ ହୋଇଥିବା ବେଳେ ସାରା ଦେଶରେ ପ୍ରାୟ ୨୩୩ କେନ୍ଦ୍ରରେ ପାଖାପାଖି ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି।

ଏହି ପରୀକ୍ଷା ଆସନ୍ତା ଜାନୁଆରୀ ୯ ତାରିଖ ଯାଏଁ ଅନୁଷ୍ଠିତ ହେବ।

ଏହି ପରୀକ୍ଷାର ପ୍ରଥମ ସିଟିଂ ସକାଳ ୯.୩୦ରୁ ଆରମ୍ଭ ହୋଇଥିବା ବେଳେ ୧୨.୩୦ ପର୍ଯ୍ୟନ୍ତ ଏହା ଚାଲିବ ଏବଂ ଦ୍ୱିତୀୟ ସିଟିଂ ପରୀକ୍ଷା ଦିନ ୨.୩୦ରୁ ୫. ୩୦ ପର୍ଯ୍ୟନ୍ତ ହେବ।

ସୂଚନାନୁଯାୟୀ ପରୀକ୍ଷାର ୨ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନେ ଯାଞ୍ଚ ପାଇଁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ । ଏହାସହ ଛାତ୍ରଛାତ୍ରୀମାନେ ସାଙ୍ଗରେ ଆଡମିଟ୍ କାର୍ଡ, ଫଟୋ ସହ ପ୍ୟାନ୍ କାର୍ଡ, ଡ୍ରାଇଭିଂ ଳାଇସେନ୍ସ, ରାସନ କାର୍ଡ, ଯୁକ୍ତ ଦୁଇର ବୋର୍ଡ ଆଡମିଟ୍ କାଡ ତଥା ବ୍ୟାଙ୍କ ପାସବୁକ୍ ମଧ୍ୟ ପରିଚୟ ପତ୍ର ଭାବେ ଆଣିପାରିବେ ।

ଗତବର୍ଷ ପରି ଚଳିଥର ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ୍ ଫୋନ୍, ମାଇକ୍ରୋଫୋନ୍, କ୍ୟାମେରା, ପେନ୍ ଡ୍ରାଇଭ, ପେନସିଲ୍ ବକ୍ସ, ହ୍ୟାଣ୍ଡ ବ୍ୟାଗ୍, ପର୍ସ, ୱାଟର୍ ବୋଟଲ୍ ଓ ଷ୍ଟେସନାରୀ ଭଳି ଜିନିଷ ଆଣିବା ଲାଗି ବାରଣ କରାଯାଇଛି ।

ସେହିପରି ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ମଧ୍ୟ ଖଞ୍ଜାଯାଇଛି । ଏପରିକି ଛାତ୍ରଛାତ୍ରୀ ମାନଙ୍କୁ ହଳ୍ ଭିତରେ ପେନ୍, ପେନସିଲ୍ ଓ ସାଧା କାଗଜ ପ୍ରଦାନ କରାଯିବ । ଏହାବ୍ୟତିତ ବିଳମ୍ବରେ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ମିଳିବ ନାହିଁ ହୋଲି ସୂଚନା ମିଳିଛି ।

ଆସନ୍ତା ଜାନୁଆରୀ ୩୧ ତାରିଖରେ ଜେଇଇ ମେନ୍ ପ୍ରଥମ ପର୍ଯ୍ୟାୟ ରେଜଲ୍ଟ ପ୍ରକାଶ ପାଇବାକୁ ଥିବାବେଳେ ଏନଟିଏ ପକ୍ଷରୁ ଏପି୍ରଲ୍ ୩ ରୁ ୯ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ କରାଯିବ ।

Leave A Reply

Your email address will not be published.