Latest Odisha News

BREAKING NEWS

ମରଣ ସହ ଲଢୁଛି କୁନି ଝିଅ ସିମରନ; ଖେଳକୁଦ ବୟସରେ ପଡି ରହିଛି ମାଆ କୋଳରେ

ସୁବର୍ଣ୍ଣପୁର: ଖେଳି ବୁଲି ପାଠପଢି ଜୀବନକୁ ଉପଭୋଗ କରିବା ବୟସରେ ସଯ୍ୟାଶାୟୀ ହୋଇଛି କୁନି ଝିଅ ।ନଅ ବର୍ଷ ବୟସରୁ ମାରତ୍ମକ ରୋଗର ଶୀକାର ହୋଇ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛି ସିମରନ ସାହୁ । ବ୍ରେନ ଟ୍ୟୁମର ରୋଗରେ ପୀଡିତ ସିମରନ ।ଅର୍ଥାଭାବରୁ ବାପା ମାଁ ସିମରନର ଚିକିତ୍ସା କରି ନପାରି ଭଗବାନଙ୍କୁ ଭରସା କରି ନିଜର ଛାତିର ଯନ୍ତ୍ରଣାକୁ ଚାପି ରଖିଛନ୍ତି ।

BjdElectrycity

ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଦେଖିବାକୁ ମିଳିଛି ଏମିତି ହୃଦୟ ବିଦାରକ ଘଟଣା । ମାଁ କୋଳରେ ଶୋଇଛି ଝିଅ ।ଏହି ନଅ ବର୍ଷର ଝିଅଟି ପାଟିରେ ଲାଗିଛି ଫିଡିଙ୍ଗ ବୋତଲ ।ଖେଳିବା ବୁଲିବା ତ ଦୂରର କଥା ଖାଇବା ବି ତା ପାଇଁ ମୁସ୍କିଲ ହୋଇ ପାଡିଛି ।ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ପ୍ରଦୀପ କୁମାର ସାହୁଙ୍କ ଅଳି ଅଳି ଝିଅ ସିମରନ । ଝିଅକୁ ନେଇ ବାପା ମାଙ୍କ ସ୍ବପ୍ନ ଆକାଶ ଛୁଆଁ ।ଯେଉଁ ବୟସରେ ଖେଳକୁଦ କରିବା କଥା, ସ୍ଲୁଲ ଯିବା କଥା ଏବେ ପଡି ରହିଛି ମା କୋଳରେ । ଗତ କିଛି ଦିନ ହେଲା ବ୍ରେନ ଟ୍ୟୁମର ରୋଗରେ ପୀଡିତ ହୋଇ ଖାଦ୍ୟ ପେୟ ଛାଡି ମା କୋଳରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛି ସିମରନ। ଝିଅ ସିମରନର୍ ମାସେ ତଳେ ଦେହ ଖରାପ ହେବାରୁ ବାପା ମା ଚିକିତ୍ସା ପାଇଁ ତାକୁ ନେଇ ବଲାଙ୍ଗୀର ଡାକ୍ତରଖାନା ଯାଇଥିଲେ ।ପରେ ବୁର୍ଲା ଡାକ୍ତରଖାନାରେ ଝିଅକୁ ବ୍ରେନ ଟ୍ୟୁମର ହୋଇଥିବା ଜାଣିବା ପରେ ସତେ ଯେପରି ପାଦ ତଳୁ ମାଟି ଖସିଯାଇଥିଲା ବାପା ମାଙ୍କର ।

ଆର୍ଥିକ ଅନାଟନରେ ଗତି କରୁଥିବା ଏହି ପରିବାର ଝିଅର ଚିକିତ୍ସା ପାଇଁ ଏବେ ଚିନ୍ତାରେ। ଗତ କିଛି ଦିନ ତଳେ ସିମରନ ବ୍ରେନ ଟ୍ୟୁମରରେ ପିଡୀତ ଥିବା ଜଣାପଡିଥିଲା ।ସିମରନଙ୍କ ସ୍ବାସ୍ଥ୍ୟବସ୍ଥା ଦିନକୁ ଦିନ ଆହୁରି ବିଗିଡିବାରୁ ତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏହା ମଧ୍ୟରେ ବାପା ପ୍ରଦୀପଙ୍କ ପାଖରେ ଥିବା ସବୁ ଟଙ୍କା ପଇସା ଖର୍ଚ୍ଚ ହୋଇଯାଇଥିବା ବେଳେ ସାହି ପଡିଶାଙ୍କ ସହଯୋଗରେ ଝୁଅକୁ ଭୁବନେଶ୍ବର ସ୍ଥିତ ଏମସକୁ ନଇଥିଲେ ।ହେଲେ ସେଠାରୁ ମଧ୍ୟ ସେ ନିରାଶ ହୋଇ ଫେରିଛନ୍ତି। ସିମରନଙ୍କୁ ବଡ ଡାକ୍ତରଖାନା ନେବା ପାଇଁ ପ୍ରଦୀପଙ୍କ ପାଖରେ ସମ୍ବଳ ନ ଥିବା ବେଳେ ସରକାରୀ ସହାୟତା ହେଲେ ସିମରନଙ୍କୁ ଚିକିତ୍ସା କରାଇ ପାରିବେ ବୋଲି ବାପା ମା ଜିଲ୍ଲାପାଳ ଓ ଜିଲ୍ଲା ଚିକିତ୍ସାଧୀକାରୀଙ୍କୁ ସହାୟତା ପାଇଁ ଗୁହାରୀ କରିଛନ୍ତି ।

ବ୍ରେନ ଟ୍ୟୁମରରେ ପୀଡିତ ହୋଇ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ଏହି କୋମଳମତୀ ଶିଶୁକୁ ଯଦି କୌଣସି ଡାକ୍ତରଖାନାରେ ଚିକିତ୍ସା କରାଯାଏ , ତେବେ ତା’ର ରୋଗ ଠିକ୍ ହୋଇଯିବାର ସମ୍ଭାବନା ରହିଛି । ମାତ୍ର ଏମାନଙ୍କ ପାଇଁ ଏବେ ଅର୍ଥ ସାଜିଛି ବାଧକ ।ଯଦି କେହି ବଦାନ୍ୟ ବ୍ୟକ୍ତି ଏହି ପରିବାରକୁ ସହାୟତା କରିବା ପାଇଁ ଚାହୁଁଛନ୍ତି ,ତାହେଲେ ଏହି ଫୋନ ନମ୍ବରରେ ୭୬୮୧୦୦୯୫୪୪ ପ୍ରଦୀପ କୁମାର ସାହୁଙ୍କୁ ଯୋଗାଯୋଗ କରିବା ସହ ନିମ୍ନରେ ଦିଆଯାଇଥିବା ଏକାଉଣ୍ଟରେ ଟଙ୍କା ପ୍ରଦାନ କରି ମଧ୍ୟ ସହଯୋଗ କରି ପାରିବେ ।

ଏକାଉଣ୍ଟ ନମ୍ବର- ୩୬୨୯୫୫୬୫୦୪୭ ,

ନାମ-ସଂଯୁ ସାହୁ,

ସ୍ବାମୀ-ପ୍ରଦୀପ କୁମାର ସାହୁ,

(ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ତରଭା ବ୍ରାଞ୍ଚ)

IFSC : SBIN0002129

Leave A Reply

Your email address will not be published.