Latest Odisha News

BREAKING NEWS

ହାଇଦ୍ରାବାଦରେ ବିଦାୟକାଳୀନ ମ୍ୟାଚ ଖେଳିଲେ ସାନିଆ

ହାଇଦ୍ରାବାଦ: ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ରବିବାର ହାଇଦ୍ରାବାଦର ଲାଲ ବାହାଦୂର ଟେନିସ ଷ୍ଟାଡିୟମରେ ବିଦାୟକାଳୀନ ମ୍ୟାଚ ଖେଳିଥିଲେ । ଏଠାରୁ ସେ ତାଙ୍କ ଟେନିସ କ୍ୟାରିୟର ଆରମ୍ଭ କରିଥିଲେ । ଗତ ମାସରୁ ସେ ଟେନିସରୁ ଅବସର ଘୋଷଣା କରି ସାରିଛନ୍ତି । ଦୁବାଇ ଓପନ ଟେନିସ ତାଙ୍କର ଶେଷ ପ୍ରଫେଶନାଲ ମ୍ୟାଚ ଥିଲା । ଏହା ପରେ ସେ ସୋସିଆଲ ମିଡିଆରେ ମୋର ସମସ୍ତ ବନ୍ଧୁ, ପରିବାର ଓ ପ୍ରଶଂସକଙ୍କ ସହ ହାଇଦ୍ରାବାଦରେ ଶେଷ ମ୍ୟାଚ ଖେଳିବେ ବୋଲି ସୂଚନା ଦେଇଥିଲେ । ସାନିଆଙ୍କ ଏହି ମ୍ୟାଚ ଦେଖିବା ପାଇଁ ରୋହନ ବୋପାନ୍ନା, ଯୁବରାଜ ସିଂ, ପରିବାର ସଦସ୍ୟ ଓ ବଲିଉଡ କଳାକାର ଉପସ୍ଥିତ ଥିଲେ । ସେ ୨ଟି ପ୍ରଦର୍ଶନ ମ୍ୟାଚ ଖେଳିଥିଲେ । କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜଜୁ, କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ, ତେଲଙ୍ଗାନା ମନ୍ତ୍ରୀ କେଟି ରାମାରାଓ ପ୍ରମୁଖ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ସାନିଆଙ୍କୁ ପ୍ରଶଂସକମାନେ ଏହି ଅବସରରେ ଉତ୍ସାହିତ କରିବା ସହ ଥ୍ୟାଙ୍କ ୟୁ ଓ ଉଇ ୱିଲ ମିସ ୟୁ ପରି ପ୍ଲା କାର୍ଡ ଦେଖାଇଥିଲେ । ବିଦାୟକାଳୀନ ଭାଷଣ ବେଳେ ୬ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସାନିଆଙ୍କ ଚକ୍ଷୁ ଲୋତକପୂର୍ଣ୍ଣ ହୋଇ ଯାଇଥିଲା । ରୋହନ ବୋପାନ୍ନା, ଯୁବରାଜ ଓ ପ୍ରିୟ ବନ୍ଧୁ ବେଥାନୀ ମେଟେକଙ୍କ ସହ ସେ ପ୍ରଦର୍ଶନୀ ମ୍ୟାଚ ଖେଳି ଟେନିସ ଅଲବିଦା କହିଥିଲେ ।

Leave A Reply

Your email address will not be published.