ନୂଆଦିଲ୍ଲୀ: ଫେବୃଆରୀ ୨୮ରେ ଗୋଟିଏ ସରଳରେଖାରେ ସାତଟି ଗ୍ରହ ଦେଖାଯିବ। ଏହି ସମୟ ମଧ୍ୟରେ ଶନି, ବୁଧ, ନେପଚ୍ୟୁନ୍, ଶୁକ୍ର, ୟୁରାନସ୍, ବୃହସ୍ପତି ଏବଂ ମଙ୍ଗଳ ଆଦି ଗ୍ରହ ଏକ ସରଳରେଖାରେ ଦେଖାଯିବେ। ବୈଜ୍ଞାନିକମାନେ ଏହି ଘଟଣାକୁ ଏକ ବିରଳ ସଂଯୋଗ ଭାବରେ ବର୍ଣ୍ଣନା କରିଛନ୍ତି।
ଏହି ଅଦ୍ଭୁତ ଜ୍ୟୋତିର୍ବିଜ୍ଞାନ ଘଟଣାଟିକୁ ପ୍ଲାନେଟାରି ଆଲାଇନମେଣ୍ଟ କୁହାଯାଏ। ୨୮ ଫେବୃଆରୀ, ୨୦୨୫ରେ ସୌରମଣ୍ଡଳର ସମସ୍ତ ସାତଟି ଗ୍ରହ ରାତିରେ ଏକତ୍ର ଦୃଶ୍ୟମାନ ହେବେ।
ବୈଜ୍ଞାନିକମାନଙ୍କ ଅନୁଯାୟୀ, ଏହି ଘଟଣା ବହୁତ ବିରଳ। କାରଣ ଏଭଳି ଘଟଣା ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ଆଉ ଦେଖାଯିବ ନାହିଁ। ଏହା ପରେ ଗ୍ରହମାନଙ୍କର ଏଭଳି ପରେଡ୍ କେବଳ ୨୦୪୦ ମସିହାରେ ଦେଖାଯାଇପାରିବ।
Comments are closed.