Latest Odisha News

BREAKING NEWS

ହୋଲିରେ ନୟାପଲ୍ଲୀ ବ୍ରିଟ୍ କଲୋନୀରେ ଆକ୍ରମଣ ଘଟଣା: ୮ ଜଣଙ୍କୁ ଗିରଫ

ଭୁବନେଶ୍ବର: ହୋଲି ଦିନ ନୟାପଲ୍ଲୀ ବ୍ରିଟ୍ କଲୋନୀରେ ଆତଙ୍କ ଖେଳାଇଥିବା କେବିଏନ୍ ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କୁଶ ମୁଣ୍ଡା, ସୁଦର୍ଶନ, ରକି ନାୟକ, ରାଜକିଶୋର ଦିଗାଲ, ସୁମନ ପାତ୍ର, ସଞ୍ଜୟ କୁମାର ସାହୁ, ବିଭୁ ନାୟକ ଏମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । ଏମାନଙ୍କ ଭିତରୁ କିଛି ଜଣଙ୍କ ନାଁରେ ଆଗରୁ ଅପରାଧିକ ମାମଲା ରହିଛି ।

ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ସ୍କୁଟି, ଗୋଟିଏ କାର୍, ଧାରୁଆ ଅସ୍ତ୍ର ଇତ୍ୟାଦି ଜବତ କରିଛି ପୋଲିସ । ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ।

ଖବର ମୁତାବକ, ହୋଲି ଦିନ ରଙ୍ଗ ଖେଳ ସାରି ନୟାପଲ୍ଲୀ ବ୍ରିଟ୍‌ କଲୋନୀର ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ କେନ୍ଦୁ ଖୁଣ୍ଟିଆ ଏହି ସମୟରେ କେବିଏନ୍ ଗ୍ୟାଙ୍ଗର କିଛି ଯୁବକ ମଧ୍ୟ ଯାଇଥିଲେ । ଗାଧୋଇବା ସମୟରେ କେବିଏନ୍ ଗ୍ୟାଙ୍ଗସହିତ କଥା କଟାକଟି ହୋଇଥିଲା । ପରବର୍ତ୍ତୀ ସମୟରେ ଠେଲାପେଲା ହୋଇଥିଲା ।

ଏହାପରେ ସେହି ସନ୍ଧ୍ୟାରେ ଉକ୍ତ ଗୋଷ୍ଠୀର ୧୫ରୁ ଉର୍ଦ୍ଧ୍ବ ଯୁବକ ହାତରେ ଧାରୁଆ ଅସ୍ତ୍ର ଧରି ବ୍ରିଟ୍ କଲୋନୀକୁ ଯାଇ ଗଣ୍ଡଗୋଳ ଆରମ୍ଭ କରିଦେଇଥିଲେ । ଅନେକ ଲୋକଙ୍କୁ ଆକ୍ରମଣ କରିଦେଇଥିଲେ । ଯେଉଁଥିରେ ୫ ଜଣ ଆହତ ହୋଇଥିବାବେଳେ, ବହୁ ଗାଡିକୁ ଭାଙ୍ଗି ରୁଜି ଦେଇଛନ୍ତି ।

Leave A Reply

Your email address will not be published.