Latest Odisha News

BREAKING NEWS

ରତ୍ନ ପଥର ପାଇଁ ଖନନ ଅଘଟଣ: କାଲିଠୁ ପଥର ସନ୍ଧିରେ ଫସି ରହିଥିବା ଶ୍ରମିକଙ୍କର ମୃତ୍ୟୁ

ବୌଦ୍ଧ: ବୌଦ୍ଧ ମହାନଦୀ ଗର୍ଭରେ ରତ୍ନ ପଥର ପାଇଁ ଖନନ ବେଳେ ଅଘଟଣ । ଗତକାଲି ଠାରୁ ପଥର ସନ୍ଧିରେ ଫସି ରହିଥିବା ଜଣେ ଶ୍ରମିକଙ୍କର ଆଜି ମୃତ୍ୟୁ ଘଟିଛି । ମୃତକ ହେଲେ ବରଡା ଗାଁର ସୁଶନ୍ତା ଝାଙ୍କର ।

ସୂଚନା ଅନୁସାରେ, ଗତକାଲି ମହାନଦୀ ଗର୍ଭରେ ରତ୍ନ ପଥର କାରବାର କରୁଥିବା ମାଫିଆମାନେ ଗତକାଲି ୧୦ ରୁ ୧୨ ଜଣ ଶ୍ରମିକଙ୍କୁ ନେଇ ଖନନ କରୁଥିଲେ । ଏହି ସମୟରେ ଏକ ବଡ଼ ପଥର ଗଡ଼ି ଆସି ଜଣେ ଶ୍ରମିକ ଉପରେ ପଡ଼ିଯାଇଥିଲା । ଅନ୍ୟ ଶ୍ରମିକମାନେ ସେଇ ପଥରକୁ ହଟାଇ ଫସିଥିବା ଶ୍ରମିକକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏଥିରେ ବିଫଳ ହୋଇଥିଲେ ।

ଏନେଇ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ହେଲେ ଏଥିରେ ମଧ୍ୟ ଅଗ୍ନିଶମ ବିଭାଗ ଫେଲ୍ ମାରିଥିଲା । ଫଳରେ ଶ୍ରମିକ ଜଣକଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.