Latest Odisha News

BREAKING NEWS

ଓଡିଶା ଆସୁଛନ୍ତି ଆରଏସ୍ଏସ୍ ର ପରମ ପୂଜନୀୟ ସରସଂଘଚାଳକ ଡା.ମୋହନରାଓ ଭାଗବତ

ଭୁବନେଶ୍ବର: ଓଡିଶା ଆସୁଛନ୍ତି ଆରଏସ୍ଏସ୍ ର ପରମ ପୂଜନୀୟ ସରସଂଘଚାଳକ ଡା.ମୋହନରାଓ ଭାଗବତ । ଆସନ୍ତା ୨୦୨୪ ଜାନୁଆରୀ ୧ ରୁ ୫ରାତିଖ ପର୍ଯ୍ୟନ୍ତ ରାଉରକେଲା ଅଗ୍ରେସନ ଭବନରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏକ ଚିନ୍ତନ ବୈଠକରେ ଯୋଗ ଦେବେ ଡା.ମୋହନରାଓ ଭାଗବତ ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏହି ଚିନ୍ତନ ବୈଠକରେ ପରମ ପୂଜନୀୟ ସରସଂଘଚାଳକ ଡା.ମୋହନରାଓ ଭାଗବତଙ୍କ ସହ ଅନ୍ୟ ଅଖିଳ ଭାରତୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିବେ । ଏତଦ୍ ବ୍ୟତୀତ ବିବିଧ କ୍ଷେତ୍ରର ଅଖିଳ ଭାରତୀୟ ପ୍ରମୁଖ ମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ । ଏହି ବୈଠକରେ ସଂଘର ପୂର୍ବ କାର୍ଯ୍ୟର ସମୀକ୍ଷା ସହିତ ଆଗାମୀ କାର୍ଯ୍ୟ ସମ୍ୱନ୍ଧରେ ଯୋଜନା କରାଯିବ ।

ଏହା ସଂଘର ଏକ ସାଙ୍ଗଠନିକ ବୈଠକ ଅଟେ । ପୂଜନୀୟ ସରସଂଘଚାଳକଙ୍କ ପ୍ରବାସ ସମୟରେ କୌଣସି ସର୍ବସାଧାରଣ କାର୍ଯ୍ୟକ୍ରମ ରହିବ ନାହିଁ କିମ୍ବା କାର୍ଯ୍ୟକ୍ରମରେ କୌଣସି ପ୍ରେସମିଟ୍ ମଧ୍ୟ ଅନୁଷ୍ଠିତ ହେବ ନାହିଁ ।

 

Leave A Reply

Your email address will not be published.