Latest Odisha News

BREAKING NEWS

ଆସନ୍ତା ସାତ ଦିନ ଭିତରେ ଭୁବନେଶ୍ୱରରେ କୋଭିଡ ସ୍ଥିତିରେ ସୁଧାର ଆସିବ: ବିଏମସି

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ ଟେଷ୍ଟ ବଢିଥିଲେ ସୁଦ୍ଧା ଗତ ସପ୍ତାହକ ମଧ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢିନି । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଭୁବନେଶ୍ୱରରେ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୭୪ ପ୍ରତିଶତ । ଆଗାମୀ ଦିନରେ ସ୍ଥିତିରେ ସୁଧାର ଆସିବ ବୋଲି କମିଶନର କହିଛନ୍ତି ।

ପ୍ରେମଚନ୍ଦ୍ର କହିଛନ୍ତି, ‘ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୭୩ ଦଶମିକ ୫ ପ୍ରତିଶତ ବ୍ୟକ୍ତି ହୋମ ଆଇସୋଲେସନରେ ରହୁଛନ୍ତି । ଆମର ୫୪ଟି ଆରଆରଟି ଟିମ୍ ରହିଥିବା ବେଳେ ପ୍ରତି ୱାର୍ଡରେ ହୋମଆଇସୋଲେସନରେ ରହୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଉଛି । ଗତ ୧୫ ଦିନ ହେଲା ଆମର ହେଲପଲାଇନ ନମ୍ବର ୧୯୨୯ ୨୪ ଘଣ୍ଟା ଖୋଲା ରହିଛି ।

ତେବେ ବିଭିନ୍ନ ଛକ ଓ ବଜାରମାନଙ୍କରେ କୋଭିଡ ନିୟମ ଠିକ୍ ଭାବେ ପାଳନ ହେଉଛି କି ନାହିଁ ସେଥି ପାଇଁ କମିଶନରେଟ୍ ପୋଲିସ ସହ ମିଳିତ ଭାବେ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚେକିଂ କରାଯାଉଛି ।

Leave A Reply

Your email address will not be published.