Latest Odisha News

BREAKING NEWS

ଅକ୍ଟୋବର ୧୨ରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ଅକ୍ଟୋବର ୧୨ରୁ ୧୯ ଯାଏଁ ରାଜ୍ୟରେ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ।

ପ୍ରାପ୍ତ ସୂଚନାନୁଯାୟୀ, ରାଜ୍ୟ ଓ ରାଜ୍ୟ ବାହାରର ୫୩ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ଏଥିସହିତ ଚଳିତ ଥର ସିବିଟି ପଦ୍ଧତିରେ ପରୀକ୍ଷା ହେବ ବୋଲି ସୂଚନା ମିଳିଛି।

ଆହୁରି ମଧ୍ୟ ରାଜ୍ୟ ଭିତରେ ୨୧ଟି ସହରର ୫୦ଟି କେନ୍ଦ୍ରରେ ପରୀକ୍ଷା ହେବାକୁ ଥିବା ବେଳେ ରାଜ୍ୟ ବାହାରେ ରାଞ୍ଚି, କୋଲକାତା ଓ ପାଟନାରେ ପରୀକ୍ଷା କରାଯିବ।

ଅଧିକ ପଢନ୍ତୁ- ଓଡିଶା ବାହାରେ ହେବ ୩ ସେଣ୍ଟର: ଓଜେଇଇ

ତେବେ ଅଧିକ ସୂଚନା ପାଇଁ ପରୀକ୍ଷାର୍ଥୀ ମାନେ ଓଜେଇଇର ଓ୍ବେବସାଇଟ ଚେକ୍ କରିପାରିବେ।

Leave A Reply

Your email address will not be published.