ଭୁବନେଶ୍ୱର: ଚିଲିକା ଓ ଅଂଶୁପା ରକ୍ଷଣାବେକ୍ଷଣା ପାଇଁ ସହାୟତା ରାଶି ଘୋଷଣା କରିଛି କେନ୍ଦ୍ର । ଏ ଦୁଇ ପର୍ୟ୍ୟଟନସ୍ଥଳୀର ବିକାଶ ପାଇଁ ୪.୭ କୋଟି ଟଙ୍କାର ସହାୟତା ରାଶି ଦିଆହୋଇଛି । ଭାରତର ସର୍ବବୃହତ ଲୁଣି ହ୍ରଦ ଚିଲିକା ଏବଂ ଓଡିଶାର ସର୍ବବୃହତ ମଧୁର ଜଳ ହ୍ରଦ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ ଏହି ଆର୍ôଥକ ଅନୁଦାନ ଦିଆଯାଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକେରଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର ।
ତିନି ବର୍ଷ ପୂର୍ବେ ଦଳ ଓ ଆବର୍ଜନାରେ ପୋତି ହୋଇଯାଇଥିବା ଥିବା ଅଂଶୁପା ହ୍ରଦର ପୁନରୁଦ୍ଧାର କରାଯିବା ସମସ୍ତଙ୍କୁ ଖୁସି ଦେଇଛି ଏବଂ ସମଗ୍ର ଦେଶରେ ଆମର ସନ୍ତସନ୍ତିଆ ଅଂଚଳର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ପ୍ରୋତ୍ସାହନ ମଧ୍ୟ ଯୋଗାଇଛି ବୋଳି ଧର୍ମେନ୍ଦ୍ର କହିଛନ୍ତି । ସେହିପରି ସହରାଂଚଳର ସ୍ଥିର ଭବିଷ୍ୟତ ପାଇଁ ଆବଶ୍ୟକ ହେଉଥିବା ମୂଲ୍ୟବାନ ଇକୋସିଷ୍ଟମ୍ ନିମନ୍ତେ ସନ୍ତସନ୍ତିଆ ଅଂଚଳ ହେଉଛି ଗୁରୁତ୍ୱପୂର୍ଣ୍ଣ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ଭଳି ରାଜ୍ୟରେ ଏହି ସନ୍ତସନ୍ତିଆ ଅଂଚଳ ଆର୍ôଥକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ମଧ୍ୟ ସୁରକ୍ଷା ଯୋଗାଇବା ପାଇଁ ସହାୟକ ହୋଇଥାଏ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
Comments are closed.