Latest Odisha News

BREAKING NEWS

ତିନି ମାସ ମଧ୍ୟରେ ୩୪ ହଜାର ଟନରୁ ଉର୍ଦ୍ଧ୍ଵ ପ୍ଳେଟ ରପ୍ତାନୀ କରିଛି ସେଲ ରାଉରକେଲା ଇସ୍ପାତ କାରଖାନା

ରାଉରକେଲା: ସେଲ ରାଉରକେଲା ଇସ୍ପାତ କାରଖାନା ୨୦୨୦ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ମଧ୍ୟରେ ଏସୀୟ ଓ ୟୁରୋପୀୟ ଦେଶଙ୍କୁ ୩୪ ହଜାର ଟନରୁ ଉର୍ଦ୍ଧ୍ଵ ପ୍ଳେଟ ରପ୍ତାନୀ କରିଛି। ଚଳିତ ମାସ ଆଉ ୧୦୦୦ ଟନ ରପ୍ତାନୀ ନିମନ୍ତେ ପ୍ରସ୍ତୁତ ରହିଛି । ଏଥିସମେତ ଇସ୍ପାତ କାରଖାନା ୟୁରୋପୀୟ ବଜାରକୁ ରପ୍ତାନୀ ନିମନ୍ତେ ଅନ୍ୟ ୧୦,୦୦୦ ହଜାର ଟନ ପ୍ଳେଟ ଯୋଗାଣର ଏକ ବରାଦ ହାସଲ କରିଛି ।

ଉପରୋକ୍ତ ମାଇଲ୍ଡ ଓ ହାଇ ଟେନ୍ସାଇଲ ଗ୍ରେଡ ଯୁକ୍ତ ପ୍ଳେଟ ଆରଏସପିର ନୂତନ ପ୍ଳେଟ ମିଲରେ ନିର୍ମାଣ ହେଉଛି ।ଏହି ବରାଦଗୁଡିକ ମଧ୍ୟରୁ ସର୍ବାଧିକ ସିଇ ମାର୍କ୍ ପ୍ଳେଟ ନିମନ୍ତେ ରହିଛି ।

ସୂଚନାଯୋଗ୍ୟ ଯେ, ଆରଏସପିର ୪.୩ ମିଟର ଚଉଡା ନୂତନ ପ୍ଳେଟ ମିଲ ୟୁରୋପୀୟ ବଜାର ନିମନ୍ତେ ସିଇ ମାର୍କ ଯୁକ୍ତ ପ୍ଳେଟ ନିର୍ମାଣ କରିବା ନିମନ୍ତେ ଡ଼ିଏନଭି-ଜିଏଲ (ଡେଟ ନର୍ସ୍କ ଭେରିଟସ- ବେର୍ମନିସର ଲାୟଡ) ବିଜିନେସ ଆସ୍ୟୂରେନ୍ସ ଠାରୁ ଅନୁମୋଦନ ଲାଭ କରିଛି ଏବଂ ବିଭିନ୍ନ ଦେଶକୁ ଏହି ପ୍ଳେଟ ରପ୍ତାନୀ କରିଆସୁଛି।

ଏହି ଅତ୍ୟାଧୁନିକ ମିଲ କଠୋର ଆନ୍ତର୍ଜାତୀୟ ମାନ ପୂରଣ ନିମନ୍ତେ ସଠିକ ପରିମାପର ତୃଟିଶୂନ୍ୟ ବିବିଧ ପ୍ଳେଟ ଉତ୍ପାଦନ କରୁଛି ଯାହା ବୟଲର ଓ ପ୍ରେସର ଭେସେଲ, ସେଗୁଡିକର ସପୋର୍ଟ ଷ୍ଟ୍ରକଚର, ଆର୍ଥ ମୁଭିଙ୍ଗ ଯନ୍ତ୍ରୋପକରଣ, ୱାଗନ ପ୍ରସ୍ତୁତି, ରେଳବାଇ ପ୍ରକଳ୍ପ, ବ୍ରିଜ ଓ ହାଇୱେ, ନ୍ୟୁକ୍ଲିୟର ପାୱାର ପ୍ଳାଣ୍ଟ, ସହରୀ ଭିତ୍ତିଭୂମି ପ୍ରକଳ୍ପ ଇତ୍ୟାଦି କ୍ଷେତ୍ରରେ ବ୍ୟବହୃତ ହେଉଛି ।

Comments are closed.