ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସାମନାକୁ ଆସିଥିବା ଡ୍ରଗ୍ସ ଲିଙ୍କରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରରେ ବଲିଉଡ୍ । ଆଜି ଏହି ମାମଲାରେ ଏନସିବି ଦୁଆରେ ହାଜର ହେବେ ବଲିଉଡର ମସ୍ତାନୀ ଦୀପିକା ପାଦୁକୋନ । ତାଙ୍କ ସହ ଆଜି ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁର ବି ଏନସିବିରେ ହାଜର ହେବେ ।

ଏନସିବି ଗେଷ୍ଟ ହାଉସରେ ଦୀପିକା ପାଦୁକୋନଙ୍କୁ ପଚରାଉଚରା କରିବି ଏନସିବି । ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ବି ଆଜି ପୁଣି ଥରେ ଡକରା ହୋଇଛି । ପ୍ରଥମେ ଦୀପିକାଙ୍କୁ ଏକାକୀ ପଚରାଉଚରା କରିବା ନେଇ ସୂଚନା ମିଳିଛି । କଥାରେ ତାଳମେଳ ନରହିଲେ ଦୀପିକା ଓ କରିସ୍ମାଙ୍କୁ ମୁହାଁମୁହିଁ ଜେରା କରିପାରେ ଏନସିବି ।
ଏଥିସହ ପଢ଼ନ୍ତୁ: ଆଜିଠୁ ବିଧାନସଭା ପରିସରରେ ହେବ କୋଭିଡ ଟେଷ୍ଟ
ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ ମୁମ୍ବାଇ ସ୍ଥିତ ଏନସିବି ଅଫିସରେ ହାଜର ହେବା ନେଇ ସୂଚନା ମିଳିଛି । ଏମାନଙ୍କୁ ପ୍ରଥମେ ସୁଶାନ୍ତ ସିଂହ ରାଜପୁତ ମାମଲାରେ ପଚରାଉଚରା କରିପାରନ୍ତି ଏନସିବି ଟିମ୍ । କାରଣ ଏହି ଦୁହିଁଙ୍କ ନାଁ ଜେରା ବେଳେ ନେଇଥିଲେ ରିୟା ଚକ୍ରବର୍ତ୍ତୀ ।

ସୁଶାନ୍ତଙ୍କ ଫାର୍ମ ହାଉସର ପୂର୍ବତନ ମ୍ୟାନେଜର, ବୋଟମ୍ୟାନ୍ ଓ ଡ୍ରାଇଭର ସାରା ଓ ଶ୍ରଦ୍ଧାଙ୍କ ନାଁ ନେଇଥିଲେ । ସାରା ଓ ଶ୍ରଦ୍ଧାଙ୍କ ନାଁରେ ଡ୍ରଗ୍ସ ନେଉଥିବା ନେଇ ଅଭିଯୋଗ ହୋଇଛି । ପ୍ରଥମେ ମୁମ୍ବାଇ ଏନସିବି ଟିମ୍ ଓ ପରେ ଦିଲ୍ଲୀ ଏସଆଇଟି ଏମାନଙ୍କୁ ପଚରାଉଚରା କରିବ । ଏବେ ଦେଖିବାର କଥା ବଲିଉଡ ବିୟୁଟିଙ୍କୁ ଜେରା ପରେ ଆଉ କେଉଁ ସବୁ ବଡ଼ ବଡ଼ ହସ୍ତୀଙ୍କ ନାଁ ସାମନାକୁ ଆସୁଛି ।
BREAKING NEWS
- ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ
- ଭାରତର ଏହି ଗାଁରେ ସାପଙ୍କ ସହ ଖେଳନ୍ତି ଛୋଟ ପିଲା, ସବୁ ଘରେ ଥାଏ କୋବ୍ରା
- ଭୁଲ ମାଗିଲେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଶୁଭଙ୍କର, କହିଲେ ପୁରୀ ହେଉଛି ମୋର….
- ପ୍ରଥମ ଥର ଆସିଲା ତିନି ଥର ମୋଡ଼ି ହେଉଥିବା ଫୋନ୍, ଦୁଇଟି ସେଲ୍ଫି କ୍ୟାମେରା ସହ ଦୁଇଟି ଡିସ୍ପ୍ଲେ
- ରାଜ୍ୟରେ ପ୍ରଶାସନିକ ଏବଂ ଶାସନ ସଂସ୍କାର କମିଟି ଗଠିତ; ନଜର ରଖିବେ ୫…
- କେଉଁ T20 ଲିଗ୍ ମ୍ୟାଚ୍ରେ ଖେଳାଳିଙ୍କୁ ମିଳିଥାଏ ଅଧିକ ଟଙ୍କା, କେତେ ନମ୍ୱରରେ ଆସିଥାଏ IPL ?
- ଅଚ୍ୟୁତ ସାମନ୍ତଙ୍କ ପୁସ୍ତକ ‘ମୋ ମା ମୋ ପ୍ରେରଣା’ ଉନ୍ମୋଚିତ
- ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ…
- Escape System: ଡିଆରଡିଓର ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ
- ବିଶ୍ୱ ମହିଳା ଟିସ ଚେସ ଚାମ୍ପିୟନଶିପ: ପଦ୍ମିନୀଙ୍କୁ ବ୍ରୋଞ୍ଜ
Comments are closed.