Latest Odisha News

BREAKING NEWS

ଖୋର୍ଦ୍ଧାରେ କମୁନି କରୋନା ମୃତ୍ୟୁ, ପ୍ରାଣ ହରାଇଲେ ଆଉ ୩, ଆଜି ରାଜ୍ୟରେ ଗଲା ୧୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ କମୁନି କରୋନାର ତାଣ୍ଡବ । ଦିନକୁ ଦିନ ବିଗିଡିବାରେ ଲାଗିଛି ସ୍ଥିତି । ପ୍ରତିଦିନ ୧୦ରୁ ଅଧିକ ବ୍ୟକ୍ତିଙ୍କ ମୁଣ୍ଡ ନେଉଛି କିଲର ଭାଇରସ କରୋନା । ଆଜି ପୁଣି ରାଜ୍ୟରୁ ଗତ ୨୪ ଘଂଟା ମଧ୍ୟରେ ୧୪ ଜଣଙ୍କ ଜୀବନ ଯାଇଛି ।

ଖୋର୍ଦ୍ଧାରୁ କରୋନାକୁ ବ୍ରେକ୍ ଲାଗୁନି । ଏଠି କମୁନି ମୃତ୍ୟୁ ସଂଖ୍ୟା । ଆଜି ପୁଣି ଏଠାରେ ୩ ଜଣ ପ୍ରାଣ ହରାଇଛନ୍ତି । ସେହିପରି କଟକରେ ମଧ୍ୟ ରହିଛି ସମାନ ସ୍ଥିତି । ଏଠାରେ ମଧ୍ୟ ଆଜି କରୋନାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । କରୋନା ମୃତ୍ୟୁ ସଂଖ୍ୟାରେ ଗଂଜାମ ଜିଲ୍ଲା ପ୍ରଥମରେ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଦ୍ୱିତୀୟରେ ରହିଛି । ଖୋର୍ଦ୍ଧାରେ ମୋଟ ମୃତ୍ୟୁ ସଂଖ୍ୟା ୧୨୬ ରହିଥିବା ବେଳେ କଟକରେ କରୋନାରେ ୬୫ଜଣଙ୍କ ପ୍ରାଣହାନୀ ହୋଇଛି ।

ଅନ୍ୟପଟେ  ଯାଜପୁର, କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ଲେଖାଏଁ, ବଲାଙ୍ଗୀର, ଢେଙ୍କାନାଳ, ଗଜପତି ଏବଂ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୯୭କୁ ବୃଦ୍ଧି ପାଇଛି । ସେହିପରି ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.