ଆମେରିକା: ମେକ୍ସିକାନ୍ ଓ ଆମେରେକୀୟ ଅଭିନେତ୍ରୀ ସଲମା ହୟାକ୍ । ଅନ୍ସ୍କ୍ରିନ୍ରେ ତାଙ୍କୁ ଅନେକ କିର୍ଦାରରେ ଦର୍ଶକ ଦେଖି ଆସିଛନ୍ତି । ହେଲେ ନିକଟରେ ସୋସିଆଲ ମିଡିଆରେ ତାଙ୍କର ଏକ ଘୋଷଣା ସମସ୍ତଙ୍କୁ ଚକିତ କରିଛି । ୱାଇଲ୍ଡ ୱାଇଲ୍ଡ ୱେଷ୍ଟ ଓ ଫ୍ରିଡା ଭଳି ଫିଲ୍ମ ପାଇଁ ଜଣାଶୁଣା ସଲମା ହିନ୍ଦୁ ଦେବୀ ଲକ୍ଷ୍ମୀଙ୍କ ଭକ୍ତ ବୋଲି ଜଣାପଡିଛି ।
ତେବେ ଏ କଥା ଆମେ କହୁନୁ ବରଂ ଖୋଦ ସଲମା ସୋସିଆଲ ମିଡିଆରେ ଦେବୀ ଲକ୍ଷ୍ମୀଙ୍କର ଏକ ସୁନ୍ଦର ଫଟୋ ପୋଷ୍ଟ କରି ଜଣାଇଛନ୍ତି । ସେ ଲେଖିଛନ୍ତି ଦେବୀ ଲକ୍ଷ୍ମୀ ତାଙ୍କୁ ନିଜ ଅନ୍ତର୍ନିହିତ ସୁନ୍ଦରତା ସହ ଯୋଡିବାରେ ମାଧ୍ୟମ ସାଜିଛନ୍ତି ।
ସଲମାଙ୍କ ଏହି ପୋଷ୍ଟ ପରେ ଅନେକ ଲୋକ ତାଙ୍କ ଉତ୍ସାହିତ କରିବା ସହ ତାରିଫ କରିଛନ୍ତି । ତେବେ ଭାରତୀୟ ଦେବାଦେବୀଙ୍କ ଭକ୍ତି କରୁଥିବା ସଲମା ପ୍ରଥମ ହଲିଉଡ ଷ୍ଟାର ନୁହଁନ୍ତି । ଜୁଲିଆ ରୋବର୍ଟସ୍ ଓ ମାଇଲି ସାଇରସଙ୍କ ଭଳି ଅନେକ ହଲିଉଡ ଷ୍ଟାର ହିନ୍ଦୁ ଦେବାଦେବୀଙ୍କ ଭକ୍ତି ଓ ଶକ୍ତିରେ ବିଶ୍ୱାସ ପ୍ରକଟ କରିଛନ୍ତି ।