Latest Odisha News

BREAKING NEWS

ମଧ୍ୟାହ୍ନ ଭୋଜନ ଗାଇଡ଼ଲାଇନ ଉଲ୍ଲଂଘନ: ଓଡ଼ିଶା ସମେତ ୫ଟି ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ଜୋରିମାନା

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ଗାଇଡ଼ଲାଇନ ଉଲ୍ଲଂଘନ କରିଥିବା ନେଇ ଯେଉଁ ୬ଟି ରାଜ୍ୟକୁ ଜୋରିମାନା ଦେବାକୁ ପଡ଼ିବ ସେଥିମଧ୍ୟରେ ଓଡ଼ିଶାର ନାମ ଅନ୍ତଭୃକ୍ତ ରହିଛି ।

ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ମେଘାଳୟ ଏବଂ ଜମ୍ମୁ ଓ କାଶ୍ମୀର ରାଜ୍ୟ ଉପରେ ୧ଲକ୍ଷ ଟଙ୍କାର ଜୋରିମାନା ଲଗାଇଥିବା ବେଳେ ଦିଲ୍ଲୀ ଉପରେ ୨ଲକ୍ଷ ଟଙ୍କାର ଜୋରିମାନା ନ୍ୟସ୍ତ ହୋଇଛି ।

ଏନେଇ ସର୍ବୋଚ୍ଚ ନ୍ୟାୟାଳୟ ପାଞ୍ଚଟି ରାଜ୍ୟ ସରକାରଙ୍କ ଦ୍ୱାରା ସଂଚାଳିତ ହେଉଥିବା ସ୍କୁଲଗୁଡ଼ିକରେ ମଧ୍ୟାହ୍ନ ଭୋଜନ ବଣ୍ଟନ ଯୋଜନା ନେଇ ଅନଲାଇନ ଲିଙ୍କ ତିଆରି କରିବା ଏବଂ ସ୍ୱଚ୍ଛତାରେ ଅନିୟମିତତା ତଥା କାର୍ଯ୍ୟପଦ୍ଧତିରେ ବିଫଳତା ଦର୍ଶାଇଛନ୍ତି ।

ଏହି ଗାଇଡ଼ଲାଇନ୍ସକୁ ଉଲଂଘନ କରିଥିବା ରାଜ୍ୟଗୁଡ଼ିକ ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ ଏସମ୍ପର୍କରେ ଏହି ରାଜ୍ୟଗୁଡ଼ିକୁ ମଧ୍ୟ ଆଜିଠାରୁ ଆସନ୍ତା ୪ସପ୍ତାହ ମଧ୍ୟରେ ଜୋରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.