ନୂଆଦିଲ୍ଲୀ: ଆଇଏମଏଫଙ୍କ ଆକଳନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କେନ୍ଦ୍ରସରକାର ଉପରେ ବର୍ଷିଛନ୍ତି ।
ଚଳିତ ବର୍ଷ ଭାରତୀୟ ଅର୍ଥନୀତି ୧୦.୩ ପ୍ରତିଶତ ତଳକୁ ଖସିବାକୁ ଥିବା ବେଳେ, ଆଇଏମଏଫର ଆକଳନକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି- ଏହା ସରକାରଙ୍କ ଅନ୍ୟ ଏକ ‘ଦୃଢ଼ ସଫଳତା’ ।
ବାଂଲାଦେଶ, ମିଆଁମାର, ନେପାଳ, ଚୀନ୍, ଭୁଟାନ, ପାକିସ୍ଥାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ଭାରତ ପାଇଁ ୨୦୨୦-୨୧ ପାଇଁ ଆଇଏମ୍ଏଫ୍ ଅଭିବୃଦ୍ଧି ଆକଳନ କରିଥିବା ଏକ ଚାର୍ଟକୁ ଟ୍ୟାଗ୍ କରି ଶ୍ରୀ ଗାନ୍ଧୀ ଟ୍ୱିଟରରେ ସରକାରଙ୍କୁ କଟାକ୍ଷ କରିଛନ୍ତି ।
ଚାର୍ଟରେ ଦର୍ଶାଯାଇଛି ଯେ ଭାରତୀୟ ଅର୍ଥନୀତି ଚଳିତ ବର୍ଷ ୧୦.୩ ପ୍ରତିଶତ ତଳକୁ ପ୍ରଦର୍ଶନ କରିବ, ଯାହା ଉଲ୍ଲେଖ କରାଯାଇଥିବା ସମସ୍ତ ଦେଶମାନଙ୍କ ମଧ୍ୟରେ ସବୁଠାରୁ ଖରାପ ସ୍ଥାନରେ ରହିବାକୁ ଥିବା ଆକଳନ କରାଯାଇଛି ।
ସେ ଟ୍ୱିଟ କରି କହିଛନ୍ତି:”Another solid achievement by the BJP government. Even Pakistan and Afghanistan handled Covid better than India,”.
Another solid achievement by the BJP government.
Even Pakistan and Afghanistan handled Covid better than India. pic.twitter.com/C2kILrvWUG
— Rahul Gandhi (@RahulGandhi) October 16, 2020
ଚଳିତ ବର୍ଷ ମୁଣ୍ଡପିଛା ଜିଡିପି ଦୃଷ୍ଟିରୁ ବାଂଲାଦେଶର ପ୍ରଦର୍ଶନ ଭାରତଠାରୁ ଭଲ ଥିବା ଦର୍ଶାଇଛି ଆଇଏମ୍ଏଫ୍ । ଏହି ଆକଳନକୁ ପୂର୍ବତନ କଂଗ୍ରେସ ମୁଖ୍ୟ ବିଜେପିର ୬ବର୍ଷର “ଘୃଣା ପୂର୍ଣ୍ଣ ସାଂସ୍କୃତିକ ରାଷ୍ଟ୍ରବାଦ”ର ପରିଣାମ ବୋଲି କହିଛନ୍ତି ।
Comments are closed.