Latest Odisha News

BREAKING NEWS

ଦଶାହ କାର୍ଯ୍ୟ ଚାଲିଥିବା ବେଳେ ବଜ୍ରପାତରେ ୨ ମୃତ

ଜଗତସିଂହପୁର: ଆକାଶରୁ ଛିଣ୍ଡିଲା ମୃତ୍ୟୁ । ବଜ୍ରପାତରେ ଦୁଇ ଜଣଙ୍କର ଅକାଳ ବିୟୋଗ । ଜଣେ ମୃତକଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିବା ବେଳେ ବଜ୍ରାଘାତ ହୋଇଥିଲା । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବିରିଡି ଅଞ୍ଚଳରେ ।

ଦେବୀ ନଦୀ କୂଳରେ ଦଶାହ କାର୍ଯ୍ୟ ଚାଲିଥିବା ବେଳେ ଆଜି ଅପରାହ୍‌ଣରେ ବଜ୍ରପାତ ହୋଇଥିଲା । ମୃତକମାନେ ହେଲେ ବିଷ୍ଣୁଚରଣ ବାହାଲିଆ ଓ ପ୍ରମୋଦ କୁମାର ବାହାଲିଆ । ସମ୍ପର୍କରେ ସେମାନେ ଦାତା ପୁତୁରା ହେବେ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.