Latest Odisha News

BREAKING NEWS

ମୁକେଶ ଖାନ୍ନାଙ୍କୁ ଏମିତି ଜବାବ ଦେଲେ କପିଲ ଶର୍ମା

ମୁମ୍ବାଇ: ମୁକେଶ ଖାନ୍ନାଙ୍କ ଦ କପିଲ ଶର୍ମା ସୋ’କୁ ନେଇ ଦେଇଥିବା ମନ୍ତବ୍ୟ କାହାକୁ ଅବା ଅଜଣା । ଏହି ମନ୍ତବ୍ୟର ଉତ୍ତର ରଖିଛନ୍ତି ଖୋଦ କପିଲ ଶର୍ମା ।

ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କପିଲ ଶର୍ମା କହିଛନ୍ତି ଯେ ବିଶେଷ କରି ଏହି ମହାମାରୀ ସମୟରେ ସେ ଏବଂ ତାଙ୍କ ଟିମ ଲୋକଙ୍କ ମନୋରଞ୍ଜନ ପାଇଁ ବହୁତ ପରିଶ୍ରମ କରିଆସୁଛନ୍ତି ।

କପିଲ ଶର୍ମା ଆହୁରି କହିଛନ୍ତି ଯେ ସେ ନିଶ୍ଚୟ ଭଲ ଏବଂ ଖରାପ କଣ୍ଟେଣ୍ଟ ଉପରେ ଧ୍ୟାନ ଦେବେ ଏବଂ ଲୋକମାନଙ୍କୁ ହସାଇବା ପ୍ରୟାସକୁ ଜାରି ରଖିବେ । କିନ୍ତୁ କେଉଁ ବିଷୟକୁ ନେଇ ଲୋକ ଖୁସି ଖୋଜୁଛନ୍ତି ତାହା ଲୋକଙ୍କ ଉପରେ ନିର୍ଭର କରେ ବୋଲି ତିରଛା ବାଣ ମାରିଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା ।

ଜଣେ ହାସ୍ୟ କଳାକାର ରୂପେ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ସେ ପସନ୍ଦ କରନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଏହାକୁ ଜାରି ରଖିବାନେଇ କପିଲ ଶର୍ମା କହିଛନ୍ତି।

ଦୁଇ ସପ୍ତାହ ପୂର୍ବରୁ, ମୁକେଶ ଖାନ୍ନା ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଦ କପିଲ ଶର୍ମା ସୋ’କୁ ନିନ୍ଦା କରିଥିଲେ । ଏହି ପୋଷ୍ଟରେ ଶକ୍ତିମାନ ଅଭିନେତା କହିଥିଲେ ଯେ ଦ କପିଲ ଶର୍ମା ସୋ’ ଅଶ୍ଳୀଳତାର ଏକ ସଂଳାପ ଅଟେ ଏବଂ ତେଣୁ ସେ ଏହି ଲୋକପ୍ରିୟ କମେଡି ସୋ’ରେ କେବେ ଅତିଥି ରୂପେ ଅଂଶ ଗ୍ରହଣ କରିବେ ନାହିଁ ।

Leave A Reply

Your email address will not be published.