Latest Odisha News

BREAKING NEWS

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ :ସଂକ୍ରମଣ କମିଛି, ଲକଡାଉନ ହଟିଛି ହେଲେ କରୋନା ଭାଇରାସ ଯାଇନି

ନୂଆଦିଲ୍ଲୀ:ପାର୍ବଣ ପରିବେଶ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମଙ୍ଗଳବାର ସନ୍ଧ୍ୟା ୬ଟା ବେଳେ ୧୨ ମିନିଟ ଉଦବୋଧନ ଦେଇଛନ୍ତି । ଦେଶରେ କରୋନା ସଂକ୍ରମଣ କମିଛି, ଲକଡାଉନ ଉଠିଛି ହେଲେ କରୋନା ମହାମାରୀ ଯାଇନାହିଁ ବୋଲି ସତର୍କ କରାଇ ଦେଇଛନ୍ତି । ପାର୍ବଣ ଋତୁ ଆସୁଛି, ଆମକୁ ଆହୁରି ସତର୍କ ରହିବାକୁ ପଡିବ ବୋଲି ସେ କହିଛନ୍ତି । ଜନତା କର୍ଫ୍ୟୁଠାରୁ ଆରମ୍ଭ କରି ଆଜିଯାଏ ଦେଶବାସୀ ସାହାସର ସହ ଏହାକୁ ମୁକାବିଲା କରିଛନ୍ତି ।

ଅନେକ ଲୋକ କଟକଣା ମାନୁ ନାହାନ୍ତି ସେମାନଙ୍କ ପାଇଁ ଅନ୍ୟମାନେ ଅସୁବିଧାରେ ପଡୁଛନ୍ତି ବୋଲି ମୋଦି କହିଛନ୍ତି । ମାସ୍କ ପିନ୍ଧିବାକୁ ପଡିବ, ସୋସିଆଲ ଡିଷ୍ଟାନ୍ସ ଏବଂ ହାତ ସଫା ରଖିବାକୁ ପଡିବ ବୋଲି ସେ କହିଛନ୍ତି । ଏହି ଅବସରରେ ଦେଶବାସୀଙ୍କୁ ପର୍ବ ପର୍ବାଣୀ ନେଇ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.