ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତ ହୋଇଛନ୍ତି ଆଉ ଜଣେ ମନ୍ତ୍ରୀ । କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ସେ ଲେଖିଛନ୍ତି, ସେ କୋଭିଡ୍ ଟେଷ୍ଟ କରାଇଥିଲେ ଓ ତାଙ୍କର ରିପୋର୍ଟ ପଜିଟିଭ୍ ବାହାରିଛି । ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଚ କରାଇବା ସହ ସଂଗରୋଧରେ ରହିବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।
ମୁଁ କରୋନା ପରୀକ୍ଷା କରିଥିଲି ରିପୋର୍ଟ ପଜିଟିଭ ଆସିଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୁଁ ସୁସ୍ଥ ଅଛି ହସ୍ପିଟାଲରେ ଚିକିତ୍ସିତ ହେଉଛି । ମୋ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ତାଙ୍କର କରୋନା ପରୀକ୍ଷା କରିବା ସହିତ ସଙ୍ଗରୋଧରେ ରହିବାକୁ ଅନୁରୋଧ । @Naveen_Odisha @BJDITWing @kanak_news @otvnews @NandighoshaTV
— Prafulla Mallik (@prafulla_mallik) October 25, 2020
Comments are closed.