Latest Odisha News

ଶୁଭମନ୍ ଗିଲଙ୍କ ଅର୍ଦ୍ଧଶତକ, ପଞ୍ଜାବ ସମ୍ମୁଖରେ ୧୫୦ ରନର ଲକ୍ଷ୍ୟ

ଶାରଜା: ଚଳିତ ଆଇପିଏଲରେ ସୋମବାର ଅନୁଷ୍ଠିତ ମ୍ୟାଚରେ କିଙ୍ଗସ ଇଲେଭନ ପଞ୍ଜାବ ସମ୍ମୁଖରେ ୧୫୦ ରନର ବିଜୟ ଲକ୍ଷ୍ୟ କୋଲକାତା  ରଖିଛି । ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ୍ ଗିଲ୍ ଓ କ୍ୟାପଟେନ୍ ଇଆନ୍ ମୋର୍ଗାନଙ୍କ ଲଢ଼ୁଆ ବ୍ୟାଟିଂ ବଳରେ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟରେ ୧୪୯ ରନ୍ କରିଛି । ପଞ୍ଜାବ କ୍ୟାପଟେନ୍ କେଏଲ୍ ରାହୁଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଲଗାତର ତିନୋଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା କେକେଆର ସ୍ଥିତି ସୁଧାରିଥିଲେ ଗିଲ୍ ଓ ମୋର୍ଗାନ୍ । ଦୁହେଁ ଦ୍ରୁତ ରନ୍ କରି ଦଳ ଉପରକୁ ଚାପ ହଟାଇଥିଲେ । ଚତୁର୍ଥ ୱିକେଟ୍ ପାଇଁ ଉଭୟେ ୮୧ ରନର ପାର୍ଟନରଶିପ୍ କରିଥିଲେ । ମୋର୍ଗାନ୍ ବ୍ୟକ୍ତିଗତ ୪୦ (୨୫ ବଲ୍, ୫ ଚୌକା, ୨ ଛକା) ରନ୍ କରି ରବି ବିଶ୍ନୋଇଙ୍କ ଶିକାର ହୋଇଥିଲା । ଗିଲ୍ ୪୫ ବଲରେ ୩ ଚୌକା ଓ ୪ ଛକା ସହ ୫୭ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲକି ଫର୍ଗୁସନ୍ ୨୪ ରନ୍ କରି ଅପରାଜିତ ଥିଲେ ।ପଞ୍ଜାବ ପକ୍ଷରୁ ଶାମି ୩ଟି, କ୍ରିସ୍ ଜୋର୍ଡାନ୍ ଓ ରବି ୨ଟି ଲେଖାଏ ୱିକେଟ୍ ନେଇଥିଲେ ।

Leave A Reply

Your email address will not be published.