Latest Odisha News

BREAKING NEWS

କୋଲାବେରୀ ଡି’ଗୀତର ୮ ବର୍ଷ ପରେ ପୁଣି ମାଇକ ଧରିବେ ଧନୁଷ

ମାଡ୍ରାସ: ଦକ୍ଷିଣଭାରତର ଲୋକପ୍ରିୟ ହୀରୋ ଧନୁଷ ତାଙ୍କ ଆଗାମୀ ବଲିଉଡ ଫିଲ୍ମ ‘ଅନ୍ତରଙ୍ଗି ରେ’ ପାଇଁ ବ୍ୟସ୍ତ ରହିଛନ୍ତି । ଏହି ଫିଲ୍ମ ପାଇଁ ସେ ଗୀତ ଗାଇବାକୁ ଯାଉଛନ୍ତି । ଏହା ପୂର୍ବରୁ ୨୦୧୨ରେ ସେ କୋଲାବେରୀ ଡି’ ଗୀତ ଗାଈ ଚର୍ଚ୍ଚାକୁ ଆସିଥିଲେ । ସେ ସମୟରେ ଏହି ଗୀତ ଭାଇରାଲ ହୋଇଥିଲା ।

୮ ବର୍ଷ ପରେ ଏଆର ରେହମାନଙ୍କ ସଙ୍ଗୀତରେ ସେ ପୁଣି ମାଇକ ଧରିବେ । ଏ ନେଇ ସେ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ଆସନ୍ତା ବର୍ଷ ଫେବୃୟାରୀରେ ଧନୁଷଙ୍କ ଉପରୋକ୍ତ ଫିଲ୍ମ ରିଲିଜ ହେବାକୁ ଯାଉଛି । ଆନନ୍ଦ ଏଲ ରାୟ ଓ ଧନୁଷ ଯୋଡିଙ୍କ ଏହା ଦ୍ୱିତୀୟ ପ୍ରୋଜେକ୍ଟ । ଏଥିରେ ଅକ୍ଷୟ କୁମାର ଓ ସାରା ଅଲୀ ଖାଁ ମଧ୍ୟ ଅଭିନୟ କରୁଛନ୍ତି । ଉଭୟ ଏହା ପୂର୍ବରୁ ରାନଝାରେ କାମ କରିଥିଲେ ।

Leave A Reply

Your email address will not be published.