Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜର ବିବାଦୀୟ କ୍ରିକେଟର ସାମୁଏଲ୍ସଙ୍କ ଅବସର ଘୋଷଣା

ଆଟିଂଗୁଆ:ୱେଷ୍ଟଇଣ୍ଡିଜର ବିବାଦୀୟ କ୍ରିକେଟର ମାର୍ଲନ ସାମୁଏଲ୍ସ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ବିବାଦ ସତ୍ୱେ ସାମୁଏଲ୍ସଙ୍କ ପ୍ରଦର୍ଶନ ବଳରେ ୱେଷ୍ଟଇଣ୍ଡିଜ ୨ଥର ଟି୨୦ ବିଶ୍ୱକପ ଜିତିବାର ଗୌରବ ଅର୍ଜନ କରିଛି । ୱେଷ୍ଟଇଣ୍ଡିଜ କ୍ରିକେଟ ମୁଖ୍ୟ ଗ୍ରେଭ ସାମୁଏଲ୍ସ ତାଙ୍କ ଅବସର ବିଷୟରେ ସୂଚନା ଦେଇଥିଲେ । ଟେଷ୍ଟରେ ସେ ୭୧ ମ୍ୟାଚରୁ ୩୨.୦୭ରେ ଆଭରେଜରେ ୩୯୧୭ ରନ ସଂଗ୍ରହ କରିଥିଲେ । ଏଥିରେ ୭ ଶତକ, ୨୪ ଅର୍ଦ୍ଧଶତକ ସାମିଲ ।

ଦିନିକିଆରେ ସେ ୨୦୭ ମ୍ୟାଚ ଖେଳି ୫୬୦୬ ରନ ସଂଗ୍ରହ କରିଛନ୍ତି । ସେହିପରି ୬୭ ଟି୨୦ ମ୍ୟାଚରେ ୧୬୧୧ ରନ କରିଛନ୍ତି । ବୋଲିଂ ଆକ୍ସନ ଏବଂ ଇଂଲଣ୍ଡ କ୍ରିକେଟର ବେନ ଷ୍ଟୋକ୍ସଙ୍କ ପତ୍ନୀଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଇ ବିବାଦୀୟ ହୋଇ ପଡିଥିଲେ ।

Leave A Reply

Your email address will not be published.