Latest Odisha News

BREAKING NEWS

ଆଲୋକ ସିଂ ହେଲେ ଏୟାର ଇଣ୍ଡିଆ ଏକ୍ସପ୍ରେସର ନୂତନ ସିଇଓ

ନୂଆଦିଲ୍ଲୀ: ଆଲୋକ ସିଂ ସୋମବାର ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ବିବୃତ୍ତିରେ କହିଛି ଯେ ଏୟାର ଟ୍ରାଫିକ ଏବଂ ଭ୍ରମଣ କ୍ଷେତ୍ରରେ ସିଂଙ୍କର ତିନି ଦଶନ୍ଧିର ଅଭିଜ୍ଞତା ରହିଛି। ସେ ଏୟାର ଇଣ୍ଡିଆ, ଆଲାଇନ୍ସ ଏୟାର ଭଳି ବିଭିନ୍ନ କମ୍ପାନୀରେ କାମ କରିଛନ୍ତି।

ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖ୍ୟାଳୟ କୋଚିରେ ଅଛି। ଏୟାର ଇଣ୍ଡିଆ ଏକ୍ସପ୍ରେସର ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସିଂ ଦିଲ୍ଲୀର ବିମାନ ଚଳାଚଳ କ୍ଷେତ୍ର ପରାମର୍ଶଦାତା କମ୍ପାନୀ CAPA ସହିତ ଜଡିତ ଥିଲେ।

ସିଇଓ ପଦ ଗ୍ରହଣ କରିବା ପରେ ଆଲୋକ ସିଂ କହିଛନ୍ତି ଯେ ସେ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଏବଂ ଏକ ମହାନ ଦଳର ଅଂଶ ହେବାର ସୌଭାଗ୍ୟ ପାଇଛନ୍ତି। ସେ କହିଛନ୍ତି ଯେ ଯଦିଓ ଶିଳ୍ପ ଏବଂ ବିମାନ ସେବା ପାଇଁ ଏହା ଏକ ଆହ୍ୱାନପୂର୍ଣ୍ଣ ସମୟ, ତଥାପି ସେ ବିଶ୍ୱ‌ାସ ରଖିଛନ୍ତି ଯେ ଏହି ସଙ୍କଟ ଦୂର କରିବାର କ୍ଷମତା କମ୍ପାନୀର ଲୋକଙ୍କ ପାଖରେ ଅଛି।

Comments are closed.