Latest Odisha News

ଉଲଗ୍ନ ହୋଇ ଥାନା ସାମ୍ନାରେ ମହିଳାଙ୍କ ଉନ୍ମତ୍ତକାଣ୍ଡ

ପାଲଲହଡା: ଅନୁଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳସ୍ଥିତ ଏକ ଥାନା ସମ୍ମୁଖରେ ଜଣେ ମହିଳାଙ୍କ ଉଲଗ୍ନ ହୋଇ ଲୋକଙ୍କୁ ମାରପିଟ ସହ ରାସ୍ତା ଅବରୋଧ କରିଥିବା ଜଣାପଡିଛି।

ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୮ଟା ସମୟରେ ଜଣେ ମହିଳା ଥାନା ସମୁଖରେ ପହଞ୍ଚିଥିଲେ। ପରେ କୌଣସି କାରଣ ବଶତଃ ସେ ହଠାତ୍ ଉଲଗ୍ନ ହୋଇ ରାସ୍ତାରେ ଯାଉଥିବା ଲୋକ ଏବଂ ଗାଡି ଗୁଡିକୁ ଆକ୍ରମଣ କରିଥିଲେ।

ଆହୁରି ମଧ୍ୟ ସମ୍ପୃକ୍ତ ମହିଳା ଜଣଙ୍କ ଥାନା ପରିସରକୁ ପ୍ରବେଶ କରିବା ସହ ପୋଲିସ ଗାଡି ଭଙ୍ଗାରୁଜା କରିଥିଲେ । ଏହା ସହ ପୋଲିସକୁ ମଧ୍ୟ ଗାଳି ଗୁଲଜ କରିଥିଲେ । ଦୀର୍ଘ ୧ ଘଣ୍ଟା ପର୍ଯ୍ୟନ୍ତ ମହିଳା ଜଣଙ୍କ ସେଠାରେ ଏଭଳି ଆଚରଣ ଦେଖାଇବା ସହ ଏକ ପ୍ରକାର ଆତଙ୍କ ଖେଳାଇଥିଲେ। ପରେ ପୋଲିସ ଉକ୍ତ ମହିଳାଙ୍କୁ କାବୁ କରିଥିବା ସୂଚନା ମିଳିଛି ।

ତେବେ ମହିଳାଙ୍କ ମାନସିକ ବିକୃତି ଥିବା ଅନୁମାନ କରାଯାଉଛି ଓ ମହିଳା ଜଣଙ୍କ ଢେଙ୍କାନାଳ ଜିଲ୍ଲାର ହୋଇଥିବା ବେଳେ ଖମାର ଅଞ୍ଚଳରେ ତାଙ୍କର ସମ୍ପର୍କୀୟ ଘର ରହିଛି ବୋଲି ଜଣାପଡିଛି ।

ପରବର୍ତ୍ତୀ ସମୟରେ ମହିଳା ଜଣଙ୍କୁ ପୋଲିସ ଉଦ୍ଧାର କରିବା ପରେ ସେହି ସମ୍ପର୍କୀୟଙ୍କ ଘରେ ତାଙ୍କୁ ଛାଡିଥିବା ସୁତ୍ରରୁ ପ୍ରକାଶ।

 

Comments are closed.