Latest Odisha News

ମୁଖ୍ୟମନ୍ତ୍ରୀ ‘ଶହୀଦ କରୁଣାକର ସିଂହ ନାଏକ’ଙ୍କ ସ୍ମୃତି ରକ୍ଷା ନିମନ୍ତେ ଘୋଷଣା କଲେ ୫୦ ଲକ୍ଷ ଟଙ୍କା

ଝାରସୁଗୁଡ଼ା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଝାରସୁଗୁଡ଼ା ଗସ୍ତ କରି ରେ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ କରିଛନ୍ତି।

ଏହି ଗସ୍ତ ଅବସରରେ ଗଣ୍ଡୱାନା ଗଣ୍ଡ୍ ସମାଜ ଦ୍ୱାରା ଆୟୋଜିତ ‘ଗଣ୍ଡ ମହା ସଭା’ରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କୋଲାବିରା ଗଡର ସୁରକ୍ଷା ନିମନ୍ତେ ପଦକ୍ଷେପ ଏବଂ ଶହୀଦ କରୁଣାକର ସିଂହ ନାଏକଙ୍କ ସ୍ମୃତି ରକ୍ଷା ନିମନ୍ତେ ଘୋଷଣା କରିଛନ୍ତି । ଏଥିସହିତ ଶହୀଦ ନାଏକଙ୍କ ସ୍ମୃତିଚାରଣ ନିମେନ୍ତ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ନେଇ ଘୋଷଣା କରିଛନ୍ତି ।

ଶହୀଦ କରୁଣାକର ସିଂହ ନାଏକଙ୍କ ସ୍ମୃତିଚାରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି “ ଶହୀଦ ନାଏକଙ୍କ ବଳିଦାନ ଆମ ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ଗୌରବମୟ ଅଧ୍ୟାୟ” ।

ଆହୁରିମଧ୍ୟ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଲାବିରା ଠାରେ ୧୧.୮୧ କୋଟି ଟଙ୍କାର ୬ଟି ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହିତ ୪୫୦ କୋଟି ଟଙ୍କାର ମୌଳିକ ଭିତ୍ତିଭୂମି ଉନ୍ନୟନ ପାଇଁ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ୮ ଜଣ ଡିଏସପି, ୨୦ ଜଣ ଇନସପେକ୍ଟର, ୨୬ ଜଣ ସବ- ଇନସପେକ୍ଟର, ୩୭ ଜଣ ଏସଆଇ ଏବଂ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ନେଇ ସୂଚନା ମିଳିଛି ।

Comments are closed.