Latest Odisha News

BREAKING NEWS

ନେଟ୍‌ଫ୍ଲିକ୍ସର ସ୍ୱପ୍ନ ପୂରଣ କଲେ ବିରାଟ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୮ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ, ନଭେମ୍ବର ୨୯ ରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ବିରାଟ କୋହଲି ଏକ ସଙ୍ଗରୋଧରେ ଅଛନ୍ତି। ବିରାଟ କୋହଲି ତାଙ୍କ ସଙ୍ଗରୋଧ ଅବଧିରେ ନେଟଫ୍ଲିକ୍ସର ୱେବ୍ ସିରିଜ୍ ଉପଭୋଗ କରିଥିଲେ। ନେଟଫ୍ଲିକ୍ସ ବିରାଟଙ୍କ ଏହି ସିରିଜ୍‌ ଦେଖିବାକୁ ଏକ ସ୍ୱପ୍ନ ବୋଲି ବର୍ଣ୍ଣନା କରିଛି।

ବିରାଟ କୋହଲି ଇନଷ୍ଟାଗ୍ରାମରେ ନେଟଫ୍ଲିକ୍ସର ସିରିଜକୁ ପ୍ରଶଂସା କରିଥିଲେ। ବିରାଟ କୋହଲି ଲେଖିଛନ୍ତି, କ୍ୱାରାଣ୍ଟିନ୍ ଡାଏରୀ, ବିନା ଆଇରନ୍‌ ଥିବା ଟି ସାର୍ଟ, ଆରାମଦାୟକ ସୋଫା ଏବଂ ଦେଖିବା ପାଇଁ ଏକ ଭଲ ୱେବ୍ ସିରିଜ୍।

ଏହି ଫଟୋରେ ବିରାଟ କୋହଲିଙ୍କ ଲାପଟପ୍ ର ସ୍କ୍ରିନ୍ ଅନ୍ ଅଛି ଏବଂ ସେ ନେଟଫ୍ଲିକ୍ସ ୱେବସାଇଟରେ ଓପନ୍‌ କରି ବସିଛନ୍ତି। ଏହାର ଜବାବରେ ନେଟଫ୍ଲିକ୍ସ ଇଣ୍ଡିଆ କହିଛି ଯେ କ୍ୟାପଟେନ ବିରାଟ କୋହଲିଙ୍କ ସହ ଫଟୋ ଉଠାଇବା ଆମ ପାଇଁ ଏକ ସ୍ୱପ୍ନ ଥିଲା ଏବଂ ଶେଷରେ ଏହା ସଫଳ ହେଲା।

Comments are closed.