ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଗିଂ ତହସିଲ ଅଧିନସ୍ଥ ଝାନସିପାଟଣାରେ ଥିବା ଶ୍ମଶାନ ଜମିକୁ ନେଇ ଦିର୍ଘ ୫ବର୍ଷ ଧରି ଲାଗି ରହିଛି ବିବାଦ।ପ୍ରଶାସନର ସଲାସୁତୁରା କାର୍ଯ୍ୟକ୍ରମକୁ ନେଇ ଶ୍ମଶାନ ଜମିରେ ଶବଦାହ ହୋଇପାରୁନାହିଁ।କିଛି ଲୋକ ଶ୍ମଶାନ ଜମି ଜବରଦଖଲ ଯୋଗୁଁ ଶ୍ମଶାନ ବିବାଦ ମୁଣ୍ଡ ଟେକିଛି।
ପ୍ରଶାସନ ଏହାକୁ ସମାଧାନ ନକରି ତାଳିପକା ଭଳି ମୃତ ପରିବାରକୁ କିଛି ଆର୍ଥିକ ଦେଇ ଶବଦାହ ପାଇଁ ପୁରୀ ପଠାଇ ଚୁପଚାପ ବସିରହୁଥିଲା।ଗତକାଲି ରାତିରେ ଝାନସିପାଟଣା ଗ୍ରାମର ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ଶବଶତ୍କାର ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା।ଯାହା ଫଳରେ ଆଜି ପର୍ଯ୍ୟନ୍ତ ଶବ ବାସିମଡା ହୋଇ ପଡିରହିଥିଲା।ପୋଲିସ ପ୍ରଶାସନ ର ନିର୍ଦ୍ଦେଶରେ ପୋଲିସ ଫୋର୍ସ ମୁତୟନ କରି ଶ୍ମଶାନ ଯାଗାରେ ବଳପୂର୍ବକ ଶବ ଶତ୍କାର କରାଯାଇଛି।
ଶ୍ମଶାନ ଜମିରେ ଘରକରି ରହିଥିବା ସ୍ଥାନୀୟ ବାସିନ୍ଦା ପ୍ରତିରୋଧ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ଓ ଠେଲାପେଲା ହୋଇଥିଲା।ପୋଲିସ ପ୍ରଶାସନ ଉପସ୍ଥିତ ରେ ବିବାଦୀୟ ଜମି ଉପରେ ଝାନସିପାଟଣା ଗ୍ରାମବାସୀ ଶବଶତ୍କାର କରିଛନ୍ତି।ପରିସ୍ଥିତି ଅଣାୟତ ହେବାରୁ ଘଟଣା ସ୍ଥଳରେ ଟାଗିଂ ତହସିଲଦାର, ଡେପୁଟି କଲେକ୍ଟର ଖୋର୍ଦ୍ଧା, ଟାଙ୍ଗି ଆଇଆଇସି ଉପସ୍ଥିତ ରହିଛନ୍ତି। ଏବେ ବି ଘଟ ଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି ।
Comments are closed.