Latest Odisha News

BREAKING NEWS

ବିଶ୍ୱ କରୋନା; ଗତ ୨୪ ଘଣ୍ଟାରେ ୬ ଲକ୍ଷରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱର ୨୧୭ଟି ଦେଶରେ କରୋନା ଭୂତାଣୁ କାୟା ବିସ୍ତାର କରିଛି। ବର୍ତ୍ତମାନ ସୁଦ୍ଧା କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୬ ଲକ୍ଷରୁ ଅଧିକ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏଥିସହ ୧୦,୮୦୧ରୁ ଅଧିକ ଲୋକଙ୍କର କରୋନା ଜନିତ ମୃତ୍ୟୁ ଘଟିଛି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ମଧ୍ୟ ସର୍ବାଧିକ ମୃତ୍ୟୁ ମାମଲା ରିପୋର୍ଟ ହୋଇଛି। ଏହା ପରେ ବ୍ରାଜିଲ, ଇଟାଲୀ, ପୋଲାଣ୍ଡ, ଭାରତ, ବ୍ରିଟେନ, ଇରାନରେ ସର୍ବାଧିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ୱାର୍ଲଡ୍‌ ମିଟର ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ୫ କୋଟି ୬୫ ଲକ୍ଷ ୪୦ ହଜାର ମାମଲା ରୁଜୁ ହୋଇଛି। ଏଥି ସହିତ, ଏପର୍ଯ୍ୟନ୍ତ ୧୩ ଲକ୍ଷ ୫୩ ହଜାର ୮୭୧ ଜଣଙ୍କର ମୃତ୍ୟୁ ହୋଇଛି। ୩୯ ମିଲିୟନରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଥିବାବେଳେ। ୧ କୋଟି ୫୮ ଲକ୍ଷରୁ ଅଧିକ ଲୋକ ଏବେବି କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।

Comments are closed.